ଔଷଧ ପାଇଁ ଓଡିଶାରୁ ଯାଉଥିଲା ଲକ୍ଷାଧିକ ଟଙ୍କାର ସାମୁଦ୍ରିକ ଗେଣ୍ଡା, ଧରିଲା ପୁଲିସ

ବାଲେଶ୍ୱରରେ ବସରୁ ବିପୁଳ ସାମୁଦ୍ରିକ ଗେଣ୍ଡା ଜବତ

ବାହାନଗା: ବାଲେଶ୍ୱରରେ ବସରୁ ଜବତ ହେଲା ଶହ ଶହ ବସ୍ତା ସାମୁଦ୍ରିକ ଗେଣ୍ଡା । ୨ଟି ବସରେ ବସ୍ତା ବସ୍ତା ଗେଣ୍ଡା ଯାଉଥିବା ବେଳେ ଖନ୍ତାପଡା ପୁଲିସ ଏହାକୁ ଜବତ କରିଛି । ଖନ୍ତାପଡ଼ା ପୁଲିସର ସୂଚନା ଅନୁସାରେ ଦୀର୍ଘ ଦିନ ଧରି ୧୬ ନମ୍ବର ଜାତୀୟ ରାଜପଥରେ ସାମୁଦ୍ରିକ ଗେଣ୍ଡା ଚୋରା ଚାଲାଣ ହେଉଥିଲା | ଗେଣ୍ଡା ଗୁଡିକ ବିଭିନ୍ନ ପ୍ରକାର ମେଡ଼ିସିନ ତିଆରିରେ ବ୍ୟବହାର କରାଯାଉଥିବାରୁ ଏକ ରାକେଟ ନିଜ ନେଟୱାର୍କ ବିଛାଇ କାମ କରୁଥିଲା |

ଗତକାଲି ରାତିରେ ଖନ୍ତାପଡ଼ା ଥାନା ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ଶେରଗଡ଼ ଟୋଲ ଗେଟ ନିକଟରେ ସନ୍ଦିଗ୍ଧ ଗାଡି ଯାଞ୍ଚ କରାଯାଇଥିଲା | ତେବେ ଧାମରାରୁ କୋଲକାତା ଅଭିମୁଖେ ଯାଉଥିବା ବାବାମଣି ବସ ଏବଂ ନିଗମ ବସରେ ଏସବୁ ଗେଣ୍ଡା ଯାଉଥିଲା । ବସରୁ ୫୦ରୁ ଅଧିକ ଜରି ବସ୍ତାରେ ଏହି ଗେଣ୍ଡା ଗୁଡିକୁ ଚାଲାଣ କରାଯାଉଥିଲା |

ଉଭୟ ଗେଣ୍ଡା ଓ ବସକୁ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଉଛି | ତେବେ ଏତେ ପରିମାଣର ଗେଣ୍ଡା କୁଆଡେ ଯାଉଥିଲା ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର