ଭୁବନେଶ୍ୱର: ନିଜ ଗାଡ଼ିରେ ଦୁଇଜଣଙ୍କୁ ବସାଇନେଉଥିଲେ ପୁଲିସ ବାବୁଙ୍କୁ ଏବେ ଫାଇନ ଦେବାକୁ ପଡିବ | ଖୋଦ ଏହି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀ | ମିଳିଥିବା ସୂଚନା ମୁତାବକ ନିଜ ହୋଣ୍ଡା ଆକ୍ଟିଭା ଗାଡ଼ିରେ ପୁଲିସ ବାବୁ ଜଣକ ନିଜ ସହ ଅନ୍ୟ ଦୁଇ ଜଣଙ୍କୁ ବସାଇ ଭୁବନେଶ୍ୱର ରାସ୍ତାରେ ବେଧଡକ ଭାବେ ବୁଲୁଥିଲେ | ଯାହାକୁ ନେଇ ଜଣେ ବ୍ୟକ୍ତି କମିଶନରଙ୍କୁ ଟ୍ୱିଟ କରିଥିଲେ | ମିଳିଥିବା ସୂଚନା ମୁତାବକ ହୋଣ୍ଡା ଆକ୍ଟିଭା ଗାଡି ଓଡି ୦୨ ଏଏମ ୯୩୫୮ ଗାଡିର ମାଲିକ ହେଉଛନ୍ତି ସନ୍ତୋଷ କୁମାର ଭଞ୍ଜ |
ଏହି ସୂଚନା ପାଇବା ପରେ ପୁଲିସ ବାବୁଙ୍କ ପାଖରୁ ମଧ୍ୟ ଚାଲାଣ କଟାଯିବ ବୋଲି କମିଶନର ନିର୍ଦ୍ଦେଶ ହେଇଥିଲେ ମଧ୍ୟ ପରେ ତଦନ୍ତରୁ ଜଣାଯାଇଛି ଯେ ଉକ୍ତ ପୁଲିସଜଣକ ଦୁର୍ଘଟଣାରେ ଆହତ ଜଣେ ଝିଅଙ୍କୁ ବସାଇ ଡାକ୍ତରଖାନା ନେଉଥିଲେ । ସେ ଜଣ ଉତ୍ତମ ନାଗରିକର କାମ କରିଛନ୍ତି ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।
Thanks for bringing this to my notice. We will challan him. https://t.co/vzjqVjZtCI
— Dr Sudhanshu Sarangi (@SarangiSudhansu) September 16, 2019
ବର୍ତ୍ତମାନ ସେ କମିସନରେଟ ପୁଲିସରେ ସବଇନ୍ସପେକ୍ଟର ଥିବାବେଳେ ଟ୍ରାଫିକ ନିୟମର ଉଲ୍ଲଙ୍ଘନ କରିଥିଲେ | ଯାହା ପାଇଁ ଏବେ ତାଙ୍କୁ ଫାଇନ ଦେବାକୁ ପଡିବ | ତିନିଜଣ ବସିଥିବାରୁ ପୁଲିସ ବାବୁଙ୍କୁ ୫ ହଜାର ଟଙ୍କାର ଫାଇନ ଗଣିବାକୁ ପଡିବ |
As we find during enquiry, the girl in the middle met with an accident and the police man in question agreed to give her a lift as a good Samaritan. Even pictures can be deceptive. We will update with more facts, if needed. https://t.co/QsAf6YaWoP
— Dr Sudhanshu Sarangi (@SarangiSudhansu) September 16, 2019