କଟକ : ପୁରୀଘାଟ ଥାନାରେ କଂଗ୍ରେସ ନେତା ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍, ୩ ଜଣ କର୍ପୋରେଟରଙ୍କ ସମେତ ୧୭ ଜଣଙ୍କୁ ଗୁରୁବାର ସନ୍ଧ୍ୟାରେ ଜାମିନ୍ ମିଳିଛି। ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତାମାନଙ୍କୁ ପୁଲିସ ଉଠାଇ ନେଇ ଦିନସାରା ଥାନାରେ ଅଟକ ରଖିବା ପରେ ଗୁରୁବାର ସନ୍ଧ୍ୟାରେ କଟକ ସଦର ଏସ୍ଡିଜେଏମ୍ଙ୍କ ଅଦାଲତରେ ହାଜର କରିଥିଲା। ଅଦାଲତ ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା କଂଗ୍ରେସର ଦୁଇ ନମ୍ବର ବ୍ଲକ୍ ଜୋନର ସଭାପତିଙ୍କୁ ପୁଲିସ ଗିରଫ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସେପ୍ଟେଟର ୧୧ ତାରିଖ ଦିନ ମୋକିମ୍ ଓ କଟକ ନଗର କଂଗ୍ରେସ କର୍ମୀମାନେ ପୁରୀଘାଟ ଥାନା ଘେରାଉ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଘରେ ପୁଲିସ ଚଢ଼ଉ କରିବା ପରେ ତାଙ୍କୁ ଗରିଫ କରିଥିଲା। ମୋକିମ୍ଙ୍କ ଛଡ଼ା କଟକ ନଗର କଂଗ୍ରେସର ଅନ୍ୟ ୨୦ ଜଣ କର୍ମୀଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।