ଗଞ୍ଜେଇ କାର୍‌ ପିଛା କରି ପୋଲରୁ ଖସିଲା ପୁଲିସ୍ ଭ୍ୟାନ୍ : ଥାନା ଅଧିକାରୀଙ୍କ ହାତ ଭାଙ୍ଗିଲା, ଚାଳକ ଆହତ

ରାଇକିଆ : ଗଞ୍ଜେଇ ବୋଝେଇ କାର୍‌କୁ ପିଛା କରୁଥିବା ଏକ ପୁଲିସ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭ୍ୟାନ୍‌ଟି ପୋଲ ତଳକୁ ଖସି ପଡ଼ିଛି। ଫଳରେ, ଗାଡ଼ିରେ ଥିବା ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ହାତ ଭାଙ୍ଗିଯାଇଥିବାବେଳେ ଚାଳକ ଆର୍ଯ୍ୟଦେବ ପ୍ରଧାନଙ୍କ ମୁଣ୍ଡରେ ଆଘାତ ଲାଗିଛି। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବୁଡ଼ାମାହାଠାରେ ଏହିଭଳି ଏକ ଘଟଣା ଘଟିଛି।

ଆଜି ରାଇକିଆ ସୋମବାର ହାଟରୁ ଏକ ଇଣ୍ଡିଗୋ ଇସିଏସ୍ କ‌ାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଥାନାଧିକାରୀ ଶ୍ରୀ ଗରଡ଼ିଆ ଖବର ପାଇଥିଲେ। ତା’ପରେ ଭ୍ୟାନ୍‌ରେ ସେ ଏହାକୁ ଦ୍ରୁତ ଗତିରେ ପିଛା କରିଥିଲେ। ତେବେ, ବୁଡ଼ାମାହା ପୋଲ ପାଖରେ ଭ୍ୟାନ୍ ଭାରସାମ୍ୟ ହରାଇ ୫ଫୁଟ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ରାଇକିଆ ‌ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଶ୍ରୀଗରଡ଼ିଆଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏହାସହ ଆର୍ଯ୍ୟଦେବଙ୍କ ଚିକିତ୍ସା ଜାରି ରହିଛି। ଘୁ.ଉଦୟଗିରି ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଟିକାବାଲି-ଘୁ.ଉଦୟଗିରି ରାସ୍ତାକୁ ବ୍ଲକିଂ କରାଯାଇଥିଲା। ହେଲେ, କାର୍ ଛାଡ଼ି ମାଫିଆ ମାନେ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି। କାର୍‌କୁ ଜବତ କରାଯାଇଥିବା ସହ ତଦନ୍ତ ଜାରି ରହିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର