ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ପୁଲିସ-ଦୋକାନୀଙ୍କ ମଧ୍ୟରେ ବଚସା, ଲାଠି ଚାର୍ଜ, ପୁଲିସ ମୁତୟନ

ଭଦ୍ରକ : ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ଆଜି ରାତି ୯ଟା ବେଳେ ପୁଲିସ ଓ ଦୋକାନୀଙ୍କ ମଧ୍ୟରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବଚସା ହେବା ସହ ପରେ ପରିସ୍ଥିତିକୁ ଲକ୍ଷ୍ୟ କରି ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଛି। ଲାଠିଚାର୍ଜରେ ୩/୪ ଜଣ ଆହତ ହୋଇଛନ୍ତି।

ଆଜି ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ଏକ ଲୁଗା ଦୋକାନରେ ଲୁଗା ଟାଙ୍ଗିବାକୁ କେନ୍ଦ୍ର କରି ପୁରୁଣାବଜାର ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ପାଟ୍ରୋଲିଂ ସମୟରେ ଦୋକାନ ବ‌ାହାରେ ଟଙ୍କା ହୋଇଥିବା ଲୁଗା କାଢ଼ି ଫିଙ୍ଗି ଦେଇଥିିଲେ। ଏହି ଘଟଣାକୁ ନେଇ ପୁଲିସ ଓ ଅନ୍ୟ ଦୋକାନୀମାନଙ୍କ ଭିତରେ କଥା କଟାକଟି ହୋଇ ପରେ ଉତ୍ତେଜନା ଲାଗିଥିଲା। ଉତ୍ତେଜନା ବୃଦ୍ଧି ପାଇ ପରିସ୍ଥିତି ଅଣାୟତ ହେବାରୁ ପୁଲିସ ଲାଠିଚାର୍ଜ କରି ଲୋକଙ୍କୁ ଘଉଡାଇଥିଲା। ଲାଠିଚାର୍ଜ ବେଳେ ପୁରୁଣାବଜାର ଅଲାରପୁର ଅଞ୍ଚଳର ଶେଖ ରାଜୁ ସହ ୨/୩ଜଣ ଲୋକ ଆହତ ହୋଇଥିଲେ। ଏଥିରେ ଲୋକେ ଉତ୍ତେଜିତ ହୋଇ ପୁଲିସ ଗାଡିକୁ ଢ଼େଲାମାଡ କରିଥିଲେ। ଢେଲାମାଡରେ ପୁଲିସ ଗାଡ଼ିର କାଚ ଭାଙ୍ଗିଯାଇଛି। ପରିସ୍ଥିତି ଅଧିକ ଉତ୍ତେଜନାପ୍ରବଣ ହେବାରୁ ଭଦ୍ରକ ଏସପି ରାଜେଶ ଉତ୍ତମ ପଣ୍ଡିତ, ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। କିନ୍ତୁ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର