‌ରାଜନୀତିରେ ‘ମେକ୍ ଇନ୍ ଓଡ଼ିଶା’

ପୁଞ୍ଜିନିବେଶ ନାଁରେ ମିଛ ପ୍ରଚାର ଚାଲିଛି: ବିଜେପି
ବିଜେଡି ନିର୍ବାଚନୀ ପାଣ୍ଠି ଯୋଗାଡ଼ କରୁଛି: କଂଗ୍ରେସ
ବିରୋଧୀଙ୍କ ଈର୍ଷା ‌ସ୍ପଷ୍ଟ ଦେଖାଯାଉଛି: ବିଜେଡି

ଭୁବନେଶ୍ବର : ରବିବାର ଠାରୁ ଆରମ୍ଭ ହେଉଛି ଶିଳ୍ପ ମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍-୨୦୧୮’। ଏଥି ପାଇଁ ସରକାର ଫୁଲ୍ ଦମ୍‌‌େର ପ୍ରସ୍ତୁତି ଚଳାଇଥିଲା ବେଳେ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଲେ, ରାଜ୍ୟର ଜିଡିପିରେ ଶିଳ୍ପର ଯୋଗାଦାନ ୨୦୧୫-୧୬ରେ ୩୯% ଥିଲା ବେଳେ ୨୦୧୭-୧୮ରେ ଏହା କମି ୩୫%ରେ ପହଞ୍ଚିଛି। ବିଶେଷ ଭା‌େବ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ୨୦୧୪-୧୫ରୁ ଆଜି ଯାଏ ଜିଏସ୍‌ଡିପି ୧୫% ଭିତରେ ସୀମିତ ହୋଇ ରହିଛି। ଯଦି ମାନୁଫାକ୍ଚରିଂ ବଢ଼ୁ ନାହିଁ, ତେବେ ରାଜ୍ୟ ସରକାର କି ପ୍ରକାର ଶିଳ୍ପ ବିକାଶର ଡିଣ୍ଡିମ ପିଟୁଛନ୍ତି ? ବିଶ୍ବ ବ୍ୟାଙ୍କର ‘ଇଜି ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍‌’ ରୢାଙ୍କ୍‌ରେ ଓଡ଼ିଶା ଦିନକୁ ଦିନ ତଳକୁ ଖସିବାରେ ଲାଗିଛି। ୨୦୧୫ରେ ଏହି ରୢାଙ୍କ୍‌ ସପ୍ତମ ଥିଲା ବେଳେ ୨୦୧୬ରେ ଏକାଦଶ ସ୍ଥାନକୁ ଖସିଗଲା। ଓଡ଼ିଶାର ଅପାର ସମ୍ଭାବନାକୁ ଦେଖି ପୁଞ୍ଜିନିବେଶକାରୀମାନେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ ହେଉଛନ୍ତି। କିନ୍ତୁ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବସାୟ ଅନୁକୂଳ ବାତାବରଣ ଯୋଗାଇ ଦେବାରେ ବିଫଳ ହେଉଛନ୍ତି। ସେହିପରି ୨୦୧୮ରେ ଷ୍ଟେଟ୍ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଇଣ୍ଡେକ୍ସ ପ୍ରସ୍ତୁତ କରିଥିବା ଏନ୍‌ସିଏଇଆର୍‌ ଓଡ଼ିଶାକୁ ଦେଶରେ ସପ୍ତଦଶ ସ୍ଥାନ ଦେଇଛି।

କେବଳ ଏମ୍‌ଓୟୁ ବାଦ୍ ରାଜ୍ୟରେ କୌଣସି ଶିଳ୍ପ ସଂସ୍ଥା ରହିପାରୁ ନାହାନ୍ତି। ୨୦୧୮ ଜାନୁଆରି ୧ ତାରିଖ ସୁଦ୍ଧା ହୋଇଥିବା ୯୩ଟି ଏମ୍‌ଓୟୁ ମଧ୍ୟରୁ ୯ଟି ଉତ୍ପାଦନ କରିବାରେ ସଫଳ ହୋଇଥିଲା ବେଳେ ୨୨ ଜଣ ଓଡ଼ିଶାରୁ ମୁହଁ ଫେରାଇ ନେଇଛନ୍ତି। ଏହା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ଦେଖାଉଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀ‌େର ଦିଲ୍ଲୀପ ମଲ୍ଲିକ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ˚ଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଲେ, ୨୦୦୫-୨୦୧୭ ମଧ୍ୟରେ ରାଜ୍ୟ ସରକାର ଅନୁମୋଦନ କରିଥିବା ୨୭୯ଟି ପ୍ରକଳ୍ପ ମଧ୍ୟରୁ ୨୨୦ଟି ଶିଳ୍ପସ˚ସ୍ଥା କାର୍ଯ୍ୟକ୍ଷମ ହୋଇ ନାହିଁ। ଦୁଇଦିନ ତଳେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ୬୫ ପ୍ରତିଶତ ଶିଳ୍ପ ସ˚ସ୍ଥା କାର୍ଯ୍ୟକ୍ଷମ ହୋଇଥିବା ନେଇ ଯେଉଁ ତଥ୍ୟ ଦେଇଛନ୍ତି, ତାହା ସ˚ପୂର୍ଣ୍ଣ ମିଥ୍ୟା। ମାତ୍ର ୧୮ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିଛି। ସରକାର ୯୨ଟି ଶିଳ୍ପସ˚ସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ଏବଂ ୫ ଲକ୍ଷ ୬୮ ହଜାର ୬୪୮ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ତଥ୍ୟ ଦେଇଛନ୍ତି। କିନ୍ତୁ ସେଥିମଧ୍ୟରୁ ସ˚ପୃକ୍ତ କମ୍ପାନିଗୁଡ଼ିକ କେତେ ପୁଞ୍ଜିବିନିଯୋଗ ବା ଖର୍ଚ୍ଚ କରିଛନ୍ତି ତା’ର ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ଖୋଦ୍‌ ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି। ୨୦୧୫ ସୁଦ୍ଧା ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍‌ ଶିଳ୍ପକୁ ମିଶାଇ ମୋଟ୍‌ ୧୫୩୧୫ ଗୋଟି ଶିଳ୍ପ ସ˚ସ୍ଥା ବନ୍ଦ ହୋଇ ପଡିଛି। ଏମ୍‌ଏସ୍‌ଏମ୍‌ଇ ନୀତି ୨୦୧୬ ଅନୁଯାୟୀ ୩୦ଟି ଜିଲ୍ଲାରେ କେଉଁଠି, କେତେ ସ˚ଖ୍ୟକ, କେଉଁଭଳି ଶିଳ୍ପ ପ୍ରତିଷ୍ଠା କରାଯିବ ସରକାର ସେ ନେଇ କୌଣସି ଲକ୍ଷ୍ୟ ଧାର୍ଯ୍ୟ ଏଯାବତ୍‌ କରିନାହାନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌‌େକ୍ଲଭ୍‌ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୮ ବର୍ଷର ଶିଳ୍ପାୟନର ବିଫଳତାକୁ ଲୁଚାଇବା ନିମନ୍ତେ ପ୍ରୟାସ କରୁଛନ୍ତି।

ତେବେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସବୁ କଥାରେ ଦୋଷ ଖୋଜିବା ବିରୋଧୀଙ୍କ ଅଭ୍ୟାସ ହେଲାଣି। ବିରୋଧୀଙ୍କ ଈର୍ଷା ଭାବ ସ୍ପଷ୍ଟ ଦେଖାଯାଉଛି। ଓଡ଼ିଶାରେ ଶିଳ୍ପାୟନ ଯେପରି ଦ୍ରୁତ ଗତିରେ ଚାଲିଛି ଓ ପୁଞ୍ଜିନିବେଶ ବଢ଼ୁଛି, ତାହାକୁ ବିରୋଧୀ ସହିପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ଦେଶର ପ୍ରମୁଖ ଶିଳ୍ପପତିମାନେ ଓଡ଼ିଶା‌େର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନେ ଓଡ଼ିଶାରେ ଶିଳ୍ପର ବାତାବରଣ ଠିକ୍ ଥିବାରୁ ଏଥି ପ୍ରତି ଆକୃଷ୍ଟ ହେଉଛନ୍ତି। ତେଣୁ ବିରୋଧୀଙ୍କ ସମାଲୋଚନାର ପ୍ରଭାବଶୂନ୍ୟ ବୋଲି ‌ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର