ମାଓଗଡ଼ରୁ ଚାଲି ଚାଲି ଫେରିଲେ ‌ପୋଲିଂ କର୍ମଚା‌ରୀ

ଖଡ଼ିଆଳ : ଗତ ୭/୮ ବର୍ଷ ହେଲା ମାଓବାଦୀଙ୍କ ଭୟରେ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ସମେତ ବୋଡ଼େନ ବ୍ଲକ୍‌ର ପାଟଧରା ପାହାଡ଼କୁ ସରକାରୀ କର୍ମଚାରୀ ଯାଉ ନାହାନ୍ତି। ଏପରିସ୍ଥଳେ ଚଳିତ ୨୦୧୯ ଲୋକସଭା ଓ ବିଧାନସଭା ନିବାର୍ଚନରେ ସିଆରପିଏଫ୍‌ ଯବାନମାନଙ୍କ ସହଯୋଗରେ ପାହାଡ଼ ଉପରେ ଥିବା ଗାଁକୁ ପୋଲିଂ କର୍ମଚାରୀମାନେ ଯାଇଥିଲେ। ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀର ବୋଡ଼େନ ବ୍ଲକ୍ ପାଟଧରା ପଞ୍ଚାୟତ କାଟ‌ଫେର ୧୭୧ ନମ୍ବର ବୁଥକୁ ୭ ଜଣ ପୋଲିଂ କର୍ମଚାରୀ ଯାଇଥିଲେ। ସେମାନେ ୧୫ କିମି. ରାସ୍ତା ଚାଲି ଚାଲି କାଟଫେର ଗ୍ରାମରେ ପହଞ୍ଚିଥିଲେ। ସେମାନଙ୍କ ସାଙ୍ଗରେ ୪୫ ଜଣ ସିଆରପିଏଫ ଯବାନ ଥିଲେ। ହେଲେ ମାଓବାଦୀଙ୍କ ଭୟରେ କେହି ଭୋଟ ଦେଇନଥିଲେ। ପରେ ଏହି ପୋଲିଂ କର୍ମଚାରୀ ଇଭିଏମ୍ ମେସିନ ଧରି ଚାଲି ଚାଲି ଖଡୁପାଣି ସିଆରପିଏଫ କ୍ୟାମ୍ପରେ ପହଞ୍ଚିଥିଲେ। ଏହି ପାଟଧରା ଅଞ୍ଚଳର ଲୋକେ ବହୁକଷ୍ଟର ଜୀବନ ଅତିବାହିତ କରୁଥିବା ଜଣେ ସରକାରୀ କର୍ମଚାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର