ପ୍ରଦୂଷଣ ନିୟନ୍ତ୍ରଣ ‌ବୋର୍ଡର ପଦୋନ୍ନତି ବୈଠକ ଆଜି

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରାୟ ୬ଟି ବରିଷ୍ଠ ପଦବି ପାଇଁ ବିଭାଗୀୟ ପଦୋନ୍ନତି ବୈଠକ(ଡିପିସି) ବସିବ। ତେବେ ଏହି ପଦବିଗୁଡ଼ିକ କେବଳ ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ। ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପ୍ରାର୍ଥୀଙ୍କୁ ଏଥି‌େର ଅନ୍ତର୍ଭୁକ୍ତ କରାଯାଇନଥିବା ଅଭିଯୋଗ କରିଛି ଆମ୍ବେଦକର ଏକତା ମଞ୍ଚ। ଆସନ୍ତାକାଲି ବୋର୍ଡ ଅଧ୍ୟକ୍ଷ ତଥା ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବୋର୍ଡର ପରିବେଶ ଇଞ୍ଜିନିୟର ଲେଭଲ୍‌-୨ରୁ ଲେଭଲ୍‌-୧କୁ ପଦୋନ୍ନତି ଓ ଅନ୍ୟମାନଙ୍କୁ ଲେଭଲ୍‌-୧ ପଦବିକୁ ପଦୋନ୍ନତି ପାଇଁ ବିଚାର କରାଯିବ। ଏ ନେଇ ଆମ୍ବେଦକର ଏକତା ମଞ୍ଚ ସଭାପତି ନବୀନ ଦଳାଇ ପରିବେଶ ନିର୍ଦେଶକ ଡ. କେ. ମୁରୁଗେସନ୍‌ଙ୍କୁ ସମ୍ବୋଧନ କରି ଅଭିଯୋଗପତ୍ର ଦିଆଯାଇଛି। ଏ ସଂପର୍କରେ ଡ. ମୁରୁଗେସନ୍‌ଙ୍କୁ ପଚାରିବାରୁ ଆସନ୍ତାକାଲି ଡିପିସି ଥିବା ଦର୍ଶାଇ ଆଜି ସନ୍ଧ୍ୟା ସୁଦ୍ଧା ଅଭିଯୋଗପତ୍ର ପାଇନଥିବା ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର