ସ୍ବପ୍ନ ଦେଖାଇଥିଲେ ରାଜନୈତିକ ଦଳ : କିଛି ଭୁଲିଗଲେ, କିଛି ଅଧାରେ

ନିର୍ବାଚନ ରାଜନୀତିରେ କେତେ ମୂଲ୍ୟ ରଖୁଛି ଇସ୍ତାହାର, ୨୦୧୯ ସଂକଳ୍ପ ପାଇଁ ଚାଲିଛି ଘମାେଘାଟ ଆଲୋଚନା

ଭୁବନେଶ୍ବର : ପଦ ଓ ଗୋପନୀୟତାର ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ନିର୍ବାଚନୀ ଇସ୍ତାହାରକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ପାରିତ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଏସବୁ ପୂରଣ ହୋଇଛି ବୋଲି ବିଜେଡି ଦାବି କରିଛି। ମନ୍ତ୍ରୀ ପରିଷଦ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଶତ ପ୍ରତିଶତ ପୂରଣ େହାଇଛି େବାଲି ସୂଚାଇଲେ ଓ  ରାଜ୍ୟବାସୀଙ୍କ ସାମ୍ନାରେ ସରକାରଙ୍କ ରିେପାର୍ଟ କାର୍ଡ ରଖିଥିଲେ। କେବଳ ସେତିକି ନୁେହଁ, ବିେଜଡି କହିଛି, ଏହାବାଦ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର।

ଇତିମଧ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିେଜଡି ଇସ୍ତାହାର ପ୍ରସ୍ତୁତି ଆରମ୍ଭ େହାଇଛି ଓ ସମଗ୍ର ରାଜ୍ୟରୁ ମତ ସଂଗ୍ରହ କରୁଛନ୍ତି ବିେଜଡି କର୍ମୀ। ଦଳ ନିଜର ବଛା ବଛା େନତାଙ୍କୁ ନେଇ ଇସ୍ତାହାର କମିଟି ଗଠନ କରିଛି। ବିେଜପି ଓ କେଂଗ୍ରସ ମଧ୍ୟ ଏ େକ୍ଷତ୍ରରେ ପଛରେ ନାହାନ୍ତି। ସେମାେନ ବି ନିଜର ଇସ୍ତାହାର ପ୍ରସ୍ତୁତି ପାଇଁ କମିଟି ଗଠନ କରି ବୈଠକ ଜାରି ରଖିଛନ୍ତି। ହେଲେ ପରୋକ୍ଷରେ ଦଳର ଛାମୁଆ େନତାମାେନ କହିସାରିଲେଣି େଯ ରାଜ୍ୟରେ କ୍ଷମତାକୁ ଆସିଲେ, ସେମାେନ ଏୟା ଦେବେ, ସେୟା େଦବେ।

ହେଲେ ଗତ ୨୦ ବର୍ଷର ନିର୍ବାଚନୀ ଇସ୍ତାହାରକୁ ବିେଶ୍ଳଷଣ କରି େଦଖିଲେ, ଏକଥା ଜଳ ଜଳ େହାଇ ଧରାପଡିଯାଉଛି େଯ ଅତୀତର ଅନେକ ପ୍ରତିଶ୍ରୁତି ଆଜି ବି ରାଜ୍ୟବାସୀଙ୍କ ପାଇଁ ସ୍ବପ୍ନ େହାଇ ରହିଛି।

ବିେଜଡି-ବିେଜପି େମଣ୍ଟ ସରକାର ସମୟରେ ଏକ ସମୃଦ୍ଧ ଓ ସ୍ବାଭିମାନୀ ଓଡ଼ିଶା ଗଠନ ପାଇଁ େଯଉଁ ସ୍ବପ୍ନ ଉଭୟ ଦଳର ଶୀର୍ଷ େନତୃତ୍ବ େଦଖିଥିଲେ, େସଥିରୁ ଅଧିକାଂଶ ପୂରଣ େହାଇନି। ପରବର୍ତୀ ସମୟରେ ସମସ୍ତେ ଭୁଲିଯାଇଛନ୍ତି। ସେହିଭଳି କେଂଗ୍ରସ ବି ପୂର୍ବରୁ େଦଇଥିବା ଅନେକ ପ୍ରତିଶ୍ରୁତି ସଂପର୍କରେ ଆଉ ମୁହଁ େଖାଲୁନି। ୨୦୧୯ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି େନଇ ସବୁ ପ୍ରମୁଖ ରାଜନୈତିକ ଦଳ କସରତ ଚଳାଇଥିବା ବେଳେ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ରାଜନୈତିକ ଦଳମାନଙ୍କର  ଏସବୁ ଅଧୁରା ସ୍ବପ୍ନକୁ ନେଇ ଘଣ୍ଟାଚକଟା ଆରମ୍ଭ କରିଛନ୍ତି। ଏସବୁ ପ୍ରତିଶ୍ରୁତିକୁ ନୂଆ ଇସ୍ତାହାରରେ ସାମିଲ କରି ପୂରଣ କରିବା ଲାଗି ଚାପ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ େହାଇଛି।

ଦଳଗଠନ ସହିତ ପ୍ରଥମ ନିର୍ବାଚନ ସାମ୍ନା କରିବା ବେଳେ ବିେଜଡି ଇସ୍ତାହାରରେ ଓଡ଼ିଶାକୁ ପ୍ରଥମ େଶ୍ରଣୀ ରାଜ୍ୟର ମାନ୍ୟତା କଥା କହିଥିଲା। ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଗଠନ ଲାଗି ସଂକଳ୍ପ ନେଇଥିବା ବିେଜଡି ପରବର୍ତୀ ସମୟରେ ୨୦୦୦ ମସିହାରେ ବିେଜପି ସହିତ ମେଣ୍ଟ ଗଠନ କରିଥିଲା। ସେ ସମୟରେ କିନ୍ତୁ ପ୍ରଥମ େଶ୍ରଣୀ ରାଜ୍ୟର ମାନ୍ୟତା ପ୍ରସଙ୍ଗ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଲା ନାହିଁ।

ବିଜୁ ବାବୁଙ୍କୁ ସାମ୍ନାରେ ରଖି ବିେଜଡି ଆଜି ଦିନରେ ଅନେକ ପଦକ୍ଷେପ େନଇଛି, କାର୍ଯ୍ୟକ୍ରମ େଘାଷଣା କରିଛି। କିନ୍ତୁ କଳିଙ୍ଗ େରଜିମେଣ୍ଟ ପ୍ରତିଷ୍ଠା, କଳିଙ୍ଗ ବ୍ୟାଙ୍କ ପ୍ରତିଷ୍ଠା, ସମ୍ପୂର୍ଣ୍ଣ ନିଶା ନିବାରଣ, ରାଜନୀତିର ଅପରାଧୀକରଣରୁ ମୁକ୍ତ କରିବାରେ ସକ୍ଷମ େହାଇନାହିଁ। ତେବେ ଅନାହାର ମୃତ୍ୟ ଜନିତ କଳଙ୍କରୁ ଓଡ଼ିଶାକୁ ଇତିମଧ୍ୟରେ ମୁକ୍ତି ମିଳିଛି। ବ୍ଲକସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା େକ୍ଷତ୍ରରେ, ଆଞ୍ଚଳିକ ବୈଷମ୍ୟ ଦୂରୀକରଣ, ଶାସନରେ ଥିବା ମନ୍ତ୍ରୀଙ୍କ ଭଳି ବିଧାୟକଙ୍କ ସଂପତ୍ତି ତାଲିକା ସାଧାରଣରେ ପ୍ରକାଶ ପାଇଁ ଆଇନ ପ୍ରଣୟନ,  ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ମହିଳାଙ୍କୁ ୫୦% ଚାକିରି ପ୍ରଦାନ, ଓଡ଼ିଶାର ନିଜସ୍ବ ସଙ୍ଗୀତ ଓଡ଼ିଶୀକୁ ଏକ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପ୍ରଦାନ, ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ଆଦି ପ୍ରସଙ୍ଗର ଭବିଷ୍ୟତ ଇସ୍ତାହାର ପୁସ୍ତିକା ଭିତରେ ଲୁଚି ରହିଛି।

୨୦୦୦ ମସିହାର ମେଣ୍ଟ ସରକାର ସମୟର ସଂକଳ୍ପ େଯମିତିକି ୨୫ ହଜାର େଲାକସଂଖ୍ୟାରେ ଡାକ୍ତରଖାନା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସୀମା ସଂପ୍ରସାରଣ, ରାଜ୍ୟ ମହିଳା କମିସନର ଶକ୍ତୀକରଣ, ପ୍ରତ୍ୟେକ ମହିଳା ସଂପର୍କିତ ସଂସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ବ ପ୍ରସଙ୍ଗର ଭାଗ୍ୟ ଫିଟିନାହିଁ।

ବିେଜଡି-ବିେଜପି ମେଣ୍ଟ ଭାଙ୍ଗିବା ପରେ ବିେଜଡି ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ଅଗ୍ରାଧିକାର େଦଇ ପ୍ରତି ବ୍ଲକରେ ବୈଷୟିକ ଶିକ୍ଷା ଦାନ ବ୍ୟବସ୍ଥା, ଗ୍ରାମାଞ୍ଚଳରେ ପ୍ରତି ୫ହଜାର ପରିବାର ପାଇଁ ଏକ ସ୍ବୟଂ ସମ୍ପୂର୍ଣ୍ଣ ଚିକିତ୍ସାଳୟ ପ୍ରତିଷ୍ଠା, ସବୁ ଜିଲ୍ଲା ଓ ବ୍ଲକସ୍ତରରେ ରକ୍ତଭଣ୍ଡାର ପ୍ରତିଷ୍ଠା, ପ୍ରତି ବ୍ଲକରେ ଦୁଗ୍ଧ ଶୀତଳୀକରଣ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି େକନ୍ଦ୍ର ପ୍ରତିଷ୍ଠା, ପ୍ରତି ଗ୍ରାମାଞ୍ଚଳରେ ଆପାତକାଳୀନ ସୂଚନାକେନ୍ଦ୍ର ପ୍ରତିଷ୍ଠା, ରାଜ୍ୟରେ ୬ଟି ବନ୍ଦରର କାର୍ଯ୍ୟ ନିର୍ମାଣ ସମ୍ପୂର୍ଣ୍ଣ କରାଯିବା ଆଦି େକ୍ଷତ୍ରରେ ସରକାର ବିେଶଷ ଧ୍ୟାନ େଦଇପାରିନାହାନ୍ତି।

ସେପଟେ ମେଣ୍ଟ ଭାଙ୍ଗିବା ପରେ ରାଜ୍ୟ ବିେଜପି କ୍ଷମତାକୁ  େଫରିବା ଲାଗି େଯଉଁ ସ୍ବପ୍ନ କଥା କହିଥିଲା, ତାହା ବି ତାର ଏଜେଣ୍ଡାରେ ନାହିଁ। ୨୦୧୪ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କଥା କହିଥିଲେ। ହେଲେ କ୍ଷମତାକୁ ଆସିବା ପରେ ଏ େନଇ ଦଳର ସାମାନ୍ୟତମ ଉଦ୍ୟମ ନାହିଁ। ଧାନର ଉତ୍ପାଦନ ଖର୍ଚର େଦଢଗୁଣା ମୂଲ୍ୟ ଏମଏସପି ପ୍ରତିଶ୍ରୁତି ବି େଘାଷଣାରେ ରହିଗଲା। କୃଷକଙ୍କ େପନସନ୍, କୃଷି େକ୍ଷତ୍ରକୁ ବିଦ୍ୟୁତ ଛାଡ, ଟଙ୍କିକିଆ ଚାଉଳ  ସହିତ ବିନା ପଇସାରେ ଲୁଣ, ପାଞ୍ଚଟଙ୍କାରେ ଡାଲି କଥା ପ୍ରତିଶ୍ରୁତି େଦଇଥିଲା।

ଇତିମଧ୍ୟରେ ରାଜ୍ୟ ସରକାର ୨୦୧୩ ମସିହାରେ ଚାଉଳ ପ୍ରତିଶ୍ରୁତି ପୂରଣ କରିସାରିଛନ୍ତି। କିନ୍ତୁ େକନ୍ଦ୍ରରେ କ୍ଷମତାରେ ଥାଇ ବି ଡାଲି, ଲୁଣ କମ ମୂଲ୍ୟରେ  ଦେବା ତ ଦୂରର କଥା ଦର ନିୟନ୍ତ୍ରଣ କରି ଗରିବର ଯନ୍ତ୍ରଣା ଲାଘବ େହାଇପାରିନାହିଁ। େଗାପାଳପୁର ଠାରୁ ପୁରୀ ଓ ପାରାଦୀପ େଦଇ ଦୀଘା ଯାଏ ଉପକୂଳ ଜାତୀୟ ରାଜପଥ ସ୍ବପ୍ନରେ ରହିଛି। ଭୁବନେଶ୍ବରକୁ ବିଶ୍ବସ୍ତରୀୟ ବିମାନ ବନ୍ଦରରେ ପରିଣତ କରିବା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ଖଣି ରୟାଲଟି ବୃଦ୍ଧି େକ୍ଷତ୍ରରେ ଓଡ଼ିଶାକୁ ସାଂଘାତିକ ଅବହେଳା କରାଯାଇଛି। ଆଞ୍ଚଳିକ ବୈଷମ୍ୟ ଦୂରୀକରଣ କରିବା ବଦଳରେ ସ୍ବତନ୍ତ୍ର କେବିକେ େଯାଜନାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି।

କୌତୂହଳର କଥା େହଲା, ଚିଟଫଣ୍ଡ ପ୍ରସଙ୍ଗରେ ୨୦୧୪େର ବିେଜପି ଓ କେଂଗ୍ରସ ଏମିତି ତମ୍ବିତୋଫାନ କରିଥିଲେ େଯ ଯେମିତି ଲୁଟ୍ ଅର୍ଥ ହିତାଧିକାରୀ େଫରି ପାଇବେ। ରାଜ୍ୟ ସରକାର କମିସନ ଗଠନ କରି ଅର୍ଥ େଫରସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। େହଲେ ତଦନ୍ତ ସାରି ଦୋଷୀଙ୍କ ବିେରାଧରେ ଶତ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ଗ୍ରହଣ େକ୍ଷତ୍ରରେ ସେଭଳି ସଫଳତା ମିଳିପାରିଲା ନାହିଁ। େଖାଦ୍ ସିବିଆଇ ତଦନ୍ତକୁ େନଇ ରାଜନୀତି ଅଧିକ େହଲା, ଆଉ ତଦନ୍ତ କମ୍ ଆଗେଇଲା।

ଏଭଳି ପୃଷ୍ଠଭୂମିରେ ୨୦୧୯ ଲାଗି େକଉଁ ଦଳ ରାଜ୍ୟବାସୀଙ୍କ ସାମ୍ନାରେ ନିର୍ଦିଷ୍ଟ କି କି ସଂକଳ୍ପ ରଖୁଛନ୍ତି, କାହା କଥାକୁ େଲାକେ ବିଶ୍ବାସକୁ ନେବେ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର