କୃଷ୍ଣପ୍ରସାଦରୁ ଝିଙ୍କ ଉଦ୍ଧାର

ବ୍ରହ୍ମଗିରି : କୃଷ୍ଣପ୍ରସାଦ ବ୍ଲକ୍ ଅଁଳାକୁଦା ଗାଁରୁ ବନ ବିଭାଗ ଏକ ଝିଙ୍କ ଉଦ୍ଧାର କରିଛି। ଚିକିତ୍ସା ପରେ ଝିଙ୍କକୁ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି। ଖବର ନେବାରେ ଜଣାପଡିଛି, ଆଜି ସକାଳୁ ଅଁଳାକୁଦା ଗାଁ ନିକଟରେ ଏକ ବୁଦା ପାଖରେ କିଛି କୁକୁର ଜୋରରେ ଭୁକୁ ଥିଲେ। କାହିଁକି କୁକୁର ଭୁକୁଛନ୍ତି ତାହା ଜାଣିବା ପାଇଁ କିଛି ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଦା ଭିତରେ ଏକ ଝିଙ୍କ ଥିବା ଦେଖି ଲୋକମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ପରେ ଚିଲିକା ନୂଆପଡ଼ା ରେଞ୍ଜ ଅଧିକାରୀ ଗଙ୍ଗାଧର ସାହୁଙ୍କ ନେତୃତ୍ବରେ ୪ ଜଣିଆ ଟିମ୍‌ ସେଠାରେ ପହଞ୍ଚି ଝିଙ୍କକୁ ଉଦ୍ଧାର କରିଥିଲେ। ଏ ନେଇ ରେଞ୍ଜ ଅଧିକାରୀ ଶ୍ରୀ ସାହୁ କହିଛନ୍ତି, କୃଷ୍ଣପ୍ରସାଦରେ ଝିଙ୍କ ଉପସ୍ଥିତି ପ୍ରଥମ ଘଟଣା। ଝିଙ୍କଟିର ବୟସ ୩ ବର୍ଷ ଓ ସେ ସୁସ୍ଥ ରହିଛି।

ସମ୍ବନ୍ଧିତ ଖବର