ଡାକ୍ତର ପଦବି ପୂରଣ ପାଇଁ ଆଜିଠୁ କାଉନେସଲିଂ : ୫୯୬ଡାକ୍ତର ନିଯୁକ୍ତି ପାଇବେ

ଭୁବନେଶ୍ୱର : ରାଜ୍ୟରେ ଖାଲିଥିବା ଡାକ୍ତର ପଦବି ପୂରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଠାରୁ ଏନେଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୧୦ଦିନ ମଧ୍ୟରେ ୫୯୬ ଖାଲିଥିବା ଡାକ୍ତର ପଦବି ପୂରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୋମବାର ଠାରୁ ଆରମ୍ଭ ହେବାକୁ ଥିବା କାଉନସେଲିଂ ମାଧ୍ୟମରେ ୧୧୩ଜଣ ବିଶେଷଜ୍ଞ, ୪୮୩ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। କାଉନସେଲିଂ ସରିବା ପରେ ତୁରନ୍ତ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ସେହିପରି ୧୭୧ଜଣ ଦନ୍ତ ଚିକିତ୍ସକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ।

ସେହିପରି ନୂତନ କ୍ୟାଡର ରୁଲ୍‌ ଅନୁଯାୟୀ ଆହୁରି ୨୦୦୦ ନୂତନ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଅପରପକ୍ଷେ ନୂଆ କ୍ୟାଡର ନୀତିକୁ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏସନ୍‌ (ଓମ୍‌ସା) ବିରୋଧ କରିଛି। ଓମ୍‌ସା ସହ ଆଲୋଚନା ନକରି ନୂଆ କ୍ୟାଡର ନୀତି ହୋଇଥିବାରୁ ଏହାଦ୍ୱାରା ଡାକ୍ତରମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଓମ୍‌ସା ରାଜ୍ୟ ସଭାପତି ଡାକ୍ତର ନିରାକର ଭଟ୍ଟ କହିଛନ୍ତି।

ସମ୍ବନ୍ଧିତ ଖବର