ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗାଇବା ପ୍ରସଙ୍ଗ: ସଂସ୍କାର କମିସନ ପକ୍ଷରୁ ଏଏସ୍‌ଆଇକୁ ନୋଟିସ ଜାରି

କଟକ: ଶ୍ରୀମନ୍ଦିର ପରିସରରେ ମୋବାଇଲ ବ୍ୟବହାର ନିଷେଧ ନେଇ ନିକଟରେ ପୋଷ୍ଟର ଲଗାଯାଇଥିଲା। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ସଂସ୍କାର କମିସନ୍‌ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସ୍‌ଆଇ)କୁ ଗୁରୁବାର ନୋଟିସ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗାଇବା ଦଣ୍ଡନୀୟ ଅଟେ କିନ୍ତୁ ଏଯାଏଁ କହିଁକି କାର୍ଯ୍ୟାନୁଷ୍ଠନ ନିଆଯାଇ ନାହିଁ। ଶ୍ରୀମନ୍ଦିର ଯେହେତୁ ଏଏସ୍‌ଆଇର ପୁରାତନ ସଂରକ୍ଷିତ ସମ୍ପତ୍ତି, ଏହାରି ଉପରେ ପୋଷ୍ଟର ଲଗାଇବା କାହାର ଅଧିକାର ନାହିଁ। ତେଣୁ ଏଏସ୍‌ଆଇ ତରଫରୁ ଏତଲା ଦିଆଯିବା ଦରକାର ଥିଲା ବୋଲି ଶ୍ରୀମନ୍ଦିର କମିସନ କହିଛି। ନୋଟିସ ଜାରି କରି ୧୫ ଦିନ ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର