ମହାବଳ ବାଘର ଶବବ୍ୟବଛେଦ ବେଳେ ହେବ ଭିଡ଼ିଓଗ୍ରାଫି, ମୃତଦେହଠାରୁ ୩ଶହ ମିଟର ଅଞ୍ଚଳକୁ କର୍ଡ଼ନ କଲା ବନବିଭାଗ

ଅନୁଗୁଳ : ଗତ ଜୁନ୍‌ ୨୧ରେ ଓଡ଼ିଶା ସରକାର ‘କାହ୍ନା’ବ୍ୟାଘ୍ର ଅଭୟାରରଣ୍ୟରୁ ସାତକୋଶିଆରେ ବାଘ ବଂଶ ବୃଦ୍ଧିି ପାଇଁ ଆଣିଥିବା ଅଣ୍ଡିରା ଯୁବ ମହାବଳ ବାଘଟିର ଅତି ରହସ୍ୟାଜନକ ଭାବେ ମୃତ୍ୟୁ ଘଟିଛି। ତେବେ ଏହାର ଶବ ବୃବଛେଦ ପାଇଁ ଡେରାଡୁନ୍‌ରୁ ଡାକ୍ତରୀ ଦଳ ଆସି ପହଞ୍ଚଇଥିବା ବେଳେ ସମଗ୍ର ଅଞ୍ଚଳକୁ କର୍ଡ଼ନ କରାଯାଇ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି। ଶବ ବ୍ୟବଛେଦ ସମୟର ସମସ୍ତ ଚିତ୍ର ଭିଡ଼ିଓଗ୍ରାଫି କରାଯିବ ବୋଲି ଜଣାପଡ଼ିଛି।
ସାତକୋଶିଆରେ ମହାବଳ ବଂଶ ବୃଦ୍ଧି କରିବାକୁ କାହାନା ବ୍ୟାଘ୍ର ଅଭୟାରଣ୍ୟରୁ ଯୁବ ମହାବଳ ବାଘଟିକୁ ଅଣାଯାଇଥିଲା। ଏହାର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ତା’ ବେକରେ ରେଡିଓ କୋଲାର ଖଞ୍ଜା ଯାଇଥିଲା। ସବୁଦିନ ପରି ଗତକାଲିି ଏହି ମହାବଳ ବାଘଟି ନୂଆଗଡ଼ ସଂରକ୍ଷିତ ଜଙ୍ଗଲ ଭିତରେ ଘୂରି ବୁଲୁଥିବାବେଳେ ହଠାତ ତାର ଗତିବିଧି ଜାଣିବା ପାଇଁ ବେକରେ ବନ୍ଧା ଯାଇଥିବା ରେଡିଓ କୋଲାରରୁ ଯେଉଁ ସଙ୍କେତ ମିଳିଥିଲା, ତାହା ବନବିଭଗ ଅଧିକାରୀଙ୍କୁ ଚକିତ କରିଥିଲା। ଦୀର୍ଘ ସମୟ ଧରି ବାଘ କେଉଁଆଡ଼େ ଚଳପ୍ରଚଳ ନ କରିବା ପରେ ବନ ବିଭାଗର ସନ୍ଦେହରେ ତନାଘନା ପରେ ବାଘର ସ୍ୱାସ୍ଥ୍ୟ ସମ୍ପର୍କୀୟ ଜରୁରୀ ପାରାମିଟର ଖରାପ ଥିବା ଜଣାପଡ଼ିଥିଲା। ଘନ ଜଙ୍ଗଲରେ ଖୋଜୁଖୋଜୁ ବିଳମ୍ବିତ ରାତିରେ ମହାବଳର ମୃତଦେହକୁ ବନ ବିଭାଗ ପକ୍ଷରୁ ଠାବ କରାଯାଇଛି। ତେବେ ଏହି ବାଘର ଆକସ୍ମିକ ମୃତ୍ୟୁ ନେଇ ଏବେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ନିଶ୍ଚିତ ଭାବେ ଏହି ଅଣ୍ଡିରା ଯୁବ ମହାବଳ ବାଘଟି ଅସୁସ୍ଥ ନ ଥିଲା। ତେଣୁ ହୁଏତ ଗୁଳି କରି ତାକୁ ହତ୍ୟା କରାଯାଇଥାଇ ପାରେ ବୋଲି ଏବେ ଆାଶଙ୍କା ପ୍ରକାଶ ପାଇଛି। ଅପରପକ୍ଷେ ଆଜି ସକାଳେ ଏହି ମହାବଳ ବାଘର ମୃତଦେହ ବ୍ୟବଛେଦ ବ୍ୟବସ୍ଥା କରାଯାଉଛି। ବନବିଭାଗ ଏ ନେଇ ବେଶ୍‌ ଗୋପନୀୟତା ରକ୍ଷା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଓ୍ଵାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ଡାକ୍ତର ରମେଶ ବାଘର ମୃତଦେହ ବ୍ୟବଛେଦ ପାଇଁ ଡେରାଡୁନ୍‌ରୁ ଆସି ପହଞ୍ଚିଛନ୍ତି। ସେହିପରି ଏନଟିସିଏ ଅଧିକାରୀ, ସାତକୋଇଆ ବନାଧିକାରୀଙ୍କ ସହିତ ଏକ ୫ ଜଣିଆ ଟିମ୍‌ ମୃତଦେହ ବ୍ୟବଛେଦ ପାଇଁ ଜଙ୍ଗଲ ଭିତରକୁ ଯାଉଥିବା ଜଣାପଡ଼ିଛି। ତେବେ ଶବ ବ୍ୟବଛେଦର ଭିଡିଓ ଗ୍ରାଫି କରାଯିବ ବୋଲି ଜଣାପଡ଼ିଛି। ତେବେ ମୃତଦେହ ନିକଟକୁ ଯେପରି କେହି ଯାଇ ନ ପାରନ୍ତି, ସେଥିପାଇ: ଯେଉଁ ବୁଦାମୁଳେ ଏହି ମହାବଳ ବାଘଟି ମରି ପଡ଼ିଛି, ସେଠାରୁ ୩ଶହ ମିଟର ୍‌ ବ୍ୟାସାର୍ଦ୍ଧର ଅଞ୍ଚଳକୁ କର୍ଡନ କରି ରଖାଯାଇଛି।

ସମ୍ବନ୍ଧିତ ଖବର