ଜିଲ୍ଲାରେ ଗଡ଼ିଲା ପୋଷ୍ୟ ସନ୍ତାନ ସଚେତନତା ରଥ

ଖୋର୍ଧା: ଚଳିତ ବର୍ଷ ନଭେମ୍ବର ୧୪ ତାରିଖ ଶିଶୁ ଦିବସଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ଦେଶ ସାରା ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଖୋର୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳକୁ ପୋଷ୍ୟ ସନ୍ତାନ ସଚେତନତା ରଥ ଗଡ଼ିଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଆୟୋଜିତ ଏହି ରଥକୁ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଆଜି ପତାକା ଦେଖାଇ ସ୍ଥାନୀୟ ବିଜେବି ହାଇସ୍କୁଲ ପଡ଼ିଆଠାରୁ ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଦୀପ୍ତିରଂଜନ ରାୟ, ଅତିରିକ୍ତ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବରଦା ପ୍ରସନ୍ନ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସ୍ୱାଗତିକା ପରିଡ଼ା, ସୌମେନ୍ଦ୍ର ନାୟକ, ସଚ୍ଚୀନ୍ଦ୍ର ନାଥ ସାହୁ, ରଂଜନ କୁମାର ଗୋଚ୍ଛାୟତ, ଅନୁପ ବେହେରା, ଦିବ୍ୟାଶ୍ରୀ ବାରିକ, ରଶ୍ମିରେଖା ପ୍ରମୁଖ ଉପସ୍ଥିତ ଥିଲେ। ଏହି ରଥ ମାଧ୍ୟମରେ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଯଥା ଶିଶୁ ଶ୍ରମିକ ନିରୋଧ ଆଇନ, ବାଲ୍ୟ ବିବାହ ଓ ଯତ୍ନ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ।

ସମ୍ବନ୍ଧିତ ଖବର