ପିକ୍‌ନିକ୍ ବସ୍‌ ଉପରେ ଛିଣ୍ତି ପଡ଼ିଲା ବିଦ୍ୟୁତ୍ ତାର : ଅଳ୍ପକେ ବର୍ତ୍ତିଲେ ୪୦ ଛାତ୍ରଛାତ୍ରୀ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ୍‌ ବାଲିହରଚଣ୍ତି ରାସ୍ତାର ଚଣ୍ତିପୁଟ ଗାଁ ନିକଟରେ ଆଜି ଏକ ପିକ୍‌ନିକ୍ ବସ୍‌ ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଫଳରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ଡ୍ରାଇଭର୍ ଜୀବନ ବିକଳରେ ବସ୍‌ଟିକୁ ଆଗକୁ ନେଇ ଯିବାରୁ ବସ୍‌ରେ ଥିବା ୪୦ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସାକ୍ଷୀଗୋପାଳସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୦ ଜଣ ଛାତ୍ରଛାତ୍ରୀ ଓ ୮ ଜଣ କର୍ମଚାରୀ (ଓଆର-୦୫ ଏଜି-୫୨୪୧) ନମ୍ବର ବସ୍‌ରେ ବ୍ରହ୍ମଗିରି ବାଲି ହରଚଣ୍ଡୀଙ୍କ ପୀଠକୁ ବଣଭୋଜି ପାଇଁ ଆସିଥିଲେ। ସ୍ଥାନୀୟ ଚଣ୍ତିପୁଟ ଗାଁ ଭିତରେ ବସ୍‌ର ହୁଡ୍‌ଟି ଏକ ବିଦ୍ୟୁତ୍ ତାର ସହ ଲାଗି ଯବାରୁ ଏହା ଛିଣ୍ଡି ବସ୍‌ ଉପରେ ପଡ଼ିଯାଇଥିଲା। ଫଳରେ ବସ୍‌ଟି ଜଳିବାକୁ ଲାଗିଥିଲା। କିନ୍ତୁ ଡ୍ରାଇଭର ନିଜ ଉପସ୍ଥିତି ବୁଦ୍ଧି ଖଟାଇ ବସ୍‌ଟିକୁ ଆଗକୁ ନେଇଯାଇଥିଲେ। ସେହିପରି ଗ୍ରାମବାସୀ ତୁରନ୍ତ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ସରବରାହକୁ ବନ୍ଦ କରିଦେଇଥିଲା। ଫଳରେ ଏକ ବଡ଼ଧରଣର ଅଘଟଣ ଟଳି ଯାଇଛି।

ସମ୍ବନ୍ଧିତ ଖବର