ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର ରାଜ୍ୟରେ ଥିବା ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀଙ୍କ ଦ୍ୱାରା ଗଠିତ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ ୧୩ରୁ ହେବାକୁ ଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଆନ୍ଦୋଳନ ଡକରା ପରେ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଂଚାରଣ ନିଗମ ଲିଃ(ଓପିଟିସିଏଲ୍‌) ତତ୍ପରତା ପ୍ରକାଶ କରିବା ସହ ସପ୍ତାହକ ମଧ୍ୟରେ କର୍ମଚାରୀଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛି। ତାହାକୁ ଦୃଷ୍ଟିରେ ରଖି ଏକତା ମଞ୍ଚ ୭ ଦିନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛି।

ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇ ୭ମ ବେତନ କମିସନ ଆଧାରରେ ୨୦୧୬ ଜୁନ୍‌ ୬ରେ ସରକାରଙ୍କ ସ୍ୱୀକୃତି ପରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଥିଲେ। ସେହି ଅନୁସାରେ ଓପିଟିସିଏଲ ଓ ଓଏଚ୍‌ପିସିର କର୍ମଚାରୀମାନେ ସେମାନଙ୍କ ଦରମା ପାଇ ସାରିଥିବା ବେଳେ ବିତରଣ କମ୍ପାନି ସେସୁ, ନେସ୍କୋ, େଓ୍ଵସକୋ, ସାଉଥ୍‌କୋର କର୍ମଚାରୀମାନେ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ୧୩ ତାରିଖ ସୁଦ୍ଧା କର୍ମଚାରୀଙ୍କ ଦରମା ବୃଦ୍ଧି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଲିଖିତ ନିର୍ଦେର୍ଶନାମା ପ୍ରକାଶ ନ ପାଇଲେ ଆନ୍ଦୋଳନ କରିବାକୁ ମଞ୍ଚ ଦାବି କରିଥିଲା। ଯଦି ୭ ଦିନ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଏକତା ମଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର