ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହେବ ପ୍ରଭାତ ବିଶ୍ୱାଳ ରାଜ୍ୟ By Sambad Digital On Sep 25, 2017 ସେୟାର ନୂଆଦିଲ୍ଲୀ: ସିସୋର ଚିଟଫଣ୍ଡ ମାମଲାରେ ଗିରଫ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ପ୍ରଭାତଙ୍କ ଅଣ୍ଟା ଓ ପେଟରେ ସମସ୍ୟା ରହିଛି । ୪ ଜଣିଆ ଡାକ୍ତରି ଟିମଙ୍କ ପରାମର୍ଶ କ୍ରମେ ପ୍ରଭାତ ବିଶ୍ୱାଳଙ୍କୁ କଟକ ଏସସିବି ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଏନେଇ ସୂଚନା ଦେଇଛନ୍ତି । Sambad is now on WhatsApp Join and get latest news updates delivered to you via WhatsApp Join Now ସୂଚନା ମୁତାବକ, ସିସୋର ଠକେଇ ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ତାଙ୍କୁ ଚିକିତ୍ସା କରିବାକୁ କ୍ୟାପିଟାଲ ହସ୍ପିଟାଲର ଏକ ୪ ଜଣିଆ ଡାକ୍ତରୀଦଳ ନିୟୋଜିତ ହୋଇଛନ୍ତି । ଏହି ଦଳରେ ହୃଦ୍ ରୋଗ, ଭେଷଜ, ଅସ୍ଥିଶଲ୍ୟ ଓ ଶଲ୍ୟ ବିଭାଗର ୪ଜଣ ଡାକ୍ତର ଅଛନ୍ତି । ତେବେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ଆଣ୍ଠୁ ଓ ଅଣ୍ଟାରେ ଭୀଷଣ ଯନ୍ତ୍ରଣା ହେଉଛି ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।