ବଦଳିବ ପ୍ରଦୀପ ମହାରଥୀଙ୍କ ଆସନ

ଭୁବନେଶ୍ବର : କୃଷି ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ବଜେଟ ଅଧିବେଶନରେ ଗୃହ ଭିତରେ ମନ୍ତ୍ରୀଙ୍କ ଆସନରେ ଅଦଳ ବଦଳ କରାଯାଇଛି । ମିଳିଥିବା ସୂଚନା ମୁତାବକ, ବ୍ଲକ-‘ଇ’ର ଏକ ନମ୍ବର ଆସନରେ ବସୁଥିବା ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀଙ୍କ ପାଖରେ ସେଇ ବ୍ଲକର ଦୁଇ ନମ୍ବର ଆସନରେ ବସିବେ ବିଜେଡିର ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀ । ସେହିପରି ପୂର୍ବରୁ ବ୍ଲକ-‘ସି’ର ଏକ ନମ୍ବର ଆସନରେ ବସୁଥିବା ପ୍ରଦୀପ ମହାରଥୀଙ୍କ ସ୍ଥାନରେ ବସିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ମନ୍ତ୍ରୀ ଓ ବିଧାୟକଙ୍କ ଆସନ ପରିବର୍ତ୍ତନ ସଂକ୍ରାନ୍ତ ପ୍ରସ୍ତାବକୁ ବାଚସ୍ପତି ପ୍ରଦୀପ ଅମାତ ଅନୁମୋଦନ କରିଛନ୍ତି ।

ସମ୍ବନ୍ଧିତ ଖବର