ପ୍ରଦୀପ ସେଠୀଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

କଟକ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପଙ୍କ ଜାମିନ ଆବେଦନର ଶୁଣାଣି ଶୀତ ଅବକାଶ ପରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ରେ ଅର୍ଥତତ୍ତ୍ୱ ଠକେଇ ନେଇ ସମ୍ବଲପୁର ଟାଉନ ଥାନାରେ ରୁଜୁ ମାମଲାରେ ଜାମିନ ପ୍ରଦାନ ପାଇଁ ପ୍ରଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୧୫ରେ ଏହି ମାମଲାରେ ଦୌରା ଅଦାଲତ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର