ଛତ୍ରପୁର ବିଧାନସଭା ଆସନରୁ ପ୍ରଦୀପ ସିପିଆଇ ପ୍ରାର୍ଥୀ

ବ୍ରହ୍ମପୁର : ନିର୍ବାଚନ ତାରିଖ ଘୋଷଣା ପରେ ସବୁ ନିର୍ବାଚନ କ୍ଷେତ୍ରରେ ରାଜ‌ନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ପ୍ରମୁଖ ଦଳ ଗୁଡିକ ଟି‌କେଟ ଚୟନ ନେଇ ଅଙ୍କକଷା ଜାରି ରହିଥିବା ବେଳେ ସିପିଆଇ ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ଓ ଛତ୍ରପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିଥିବା ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ସୂଚନା ଦେଇଛନ୍ତି। ଆସିକା ଲୋକସଭା ଆସନରୁ ରାମକୃଷ୍ଣ ପଣ୍ତା ଏବଂ ଛତ୍ରପୁର ବିଧାନସଭା ଆସନରୁ ପ୍ରଦୀପ ସେଠୀଙ୍କ ନାମ ଚୂଡାନ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବାମଦଳ ସହ କଂଗ୍ରେସର ଆସନ ବୁଝାମଣା ହୋଇଥିବା କୁହାଯାଉଥିଲେ ହେଁ ଏ ଯାଏଁ ବିଧିବଦ୍ଧ ଘୋଷଣା ହୋଇନାହିଁ। ତା ସତ୍ତ୍ବେ ଏହି ଦୁଇଟି ଆସନରୁ ସିପିଆଇ ପ୍ରାର୍ଥୀ ଚୂଡ଼ାନ୍ତ କରିଛି।

ସମ୍ବନ୍ଧିତ ଖବର