ଧର୍ମଗଡ଼ରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଉଦ୍‌ଘାଟିତ

ଧର୍ମଗଡ଼ : ଧର୍ମଗଡ଼ରେ ଆର୍ଟ ଅଫ୍‌ ଲିଭି˚ ଏବ˚ ଭାରତ ସରକାରଙ୍କ କୌଶଳ ବିକାଶ ମନ୍ତ୍ରାଳୟର ମିଳିତ ସହଯୋଗରେ ଓଡ଼ିଶାର ପ୍ରଥମ କୌଶଳ ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଆଧୢାତ୍ମିକ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ପଶ୍ଚିମ ଓଡ଼ିଶାର ଯୁବ ଶକ୍ତିକୁ ରୋଜଗାରକ୍ଷମ ଓ ଦକ୍ଷତାର ସମ୍ପୂର୍ଣ୍ଣ ବିକାଶରେ ଏହି କେନ୍ଦ୍ର ସହାୟକ ହେବ ବୋଲି ଆଧୢାତ୍ମିକ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀ ପ୍ରକାଶ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଯୁବକମାନଙ୍କୁ କୁଶଳୀ କରିବା ପାଇଁ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୩ ମାସିଆ, ୬ ମାସିଆ. ୯ ମାସିଆ ଓ ବର୍ଷିକିଆ ତାଲିମ ପ୍ରଦାନ ମାଧ୍ୟମରେ ଯୁବକମାନଙ୍କୁ ନିଶ୍ଚିତ ରୋଜଗାର ସହିତ ଯୋଡ଼ିବା ପାଇଁ ଏପରି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି।

ଓଡ଼ିଶା ଆର୍ଟ ଅଫ୍‌ ଲିଭି˚ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୋଲାନାଥ ଜେନା, ଆର୍ଟ ଅଫ୍‌ ଲିଭି˚ର ରାଜ୍ୟ ସ˚ଯୋଜକ ତପନ ମିଶ୍ର, ଦକ୍ଷିଣ ଓଡ଼ିଶା ନିର୍ଦେଶିକା ତଥା ରାଜ୍ୟ ଶୈକ୍ଷିକ ସ˚ଯୋଜିକା ପ୍ରମିଳା ନାଥ, କିଶୋର ଅଗ୍ରୱାଲ, ଥବିର ପ୍ରସାଦ ସାହୁ, ସ‌ନ୍ତୋଷ ମେହେର, ଦେବୀ ପ୍ରସାଦ ବେହେରା, ନିର˚ଜନ ମହାପାତ୍ର, ମହେଶ ଅଗ୍ରୱାଲଙ୍କ ସମେତ ଆର୍ଟ ଅଫ ଲିଭିଂ ବହୁ ସଦସ୍ୟ ଯୋଗ ଦେଇଥିଲେ। ଭାନୁ ପ୍ରକାଶ ରଥ ମଞ୍ଚ ସ˚ଯୋଜନା କରିଥିଲେ।

ପୂର୍ବରୁ ବଣ୍ଟନ ହୋଇଥିବା ନିମନ୍ତ୍ରଣ ପତ୍ରରେ କଳାହାଣ୍ତି ସା˚ସଦ ଅର୍କ କେଶରୀ ଦେଓ, ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସି˚ଦେଓ, ଜୁନାଗଡ଼ ବିଧାୟକ କ୍ୟାପେଟନ ଦିବ୍ୟ ଶଙ୍କର ମିଶ୍ର ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନାମ ଉଲ୍ଲେଖ ଥିଲେ ବି ସେମାନେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ।

ସମ୍ବନ୍ଧିତ ଖବର