ମାଲକାନାଗିରି ସୀମାନ୍ତ ରାଲେଗଡା ଜଙ୍ଗଲରେ ମାଓବାଦୀଙ୍କ ବିଶାଳ ପ୍ରଜାମେଳି

ମାଲକାନାଗିରି : ମାଲକାନାଗିରି ସୀମାନ୍ତରେ ପୁଣି ମେଳି ବାନ୍ଧିଲେ ମାଓବାଦୀ। ମାଲକାନାଗିରି ସୀମାନ୍ତ ରାଲେଗଡ଼ା ଜଙ୍ଗଲରେ ମାଓବାଦୀମାନେ ବିଶାଳ ପ୍ରଜାମେଳି କରି ପୁଣି କାୟା ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଲାଲବାହିନୀ ସଂଗଠନକୁ ସୁଦୃଢ କରିବା ପାଇଁ ଆରମ୍ଭ କରିଛି ଉଦ୍ୟମ। ସେଥିପାଇଁ ମାଲକାନଗିରି ସୀମାନ୍ତରେ କରିଛି ବିଶାଳ ପ୍ରଜାମେଳି।

ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ବର୍ବରତା ମନରୁ ଲିଭିନଥିବା ବେଳେ ପୁଣି ଥରେ ନିଜକୁ ସୁଦୃଢ଼ କରିବାକୁ ଉଦ୍ୟମ କରିଛି ଲାଲବାହିନୀ। ଲାଲ୍‌ ସଂଗଠନକୁ ମଜବୁତ କରିବା ସହ ମାଓଗଡ଼କୁ ସୁରକ୍ଷିତ ଭାବେ ରଖିବା ପାଇଁ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀମାନେ କରିଛନ୍ତି ବିରାଟ୍‌ ପ୍ରଜାମେଳି। ବିଚ୍ଛିନ୍ନାଂଚଳରେ ହେଉଥିବା ରାସ୍ତା ର୍ନିମାଣକୁ ବିରୋଧ କରିବାକୁ ପ୍ରଜାମେଳିରେ ଆହ୍ଵାନ ଦେଇଛି ମାଓବାଦୀ ସଂଗଠନ। ଏମିତିକି ପୁଲିସର ପ୍ରଲୋଭନରେ ଆସିଲେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ମାଓବାଦୀ।

ଆନ୍ଧ୍ର ପ୍ରଦେଶର ରାଲେଗଡ଼ା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ର୍ନିମାଣକୁ ବିରୋଧ କରି ଆସୁଛନ୍ତି ମାଓବାଦୀ। ଏହି ରାସ୍ତା ହେଲେ ସୁରକ୍ଷାକର୍ମୀଙ୍କୁ ଯାତାୟତ କରିବାରେ ସହଜ ହେବାକୁ ଥିବା ବେଳେ ମାଓବାଦୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ବିଚ୍ଛିନ୍ନାଚଂଳରେ କେବଳ ଦୁଇଟି ବିଏସଏଫ୍‌ କ୍ୟାମ୍ପ ଏବଂ ଗୋଟିଏ ଆଇ.ଆର.ବି କ୍ୟାମ୍ପ ଥିବା ବେଳେ ଏବେ ବି ସମଗ୍ର ଅଚଂଳରେ ଏବେ ବି ୧୫୧ଟି ଗାଁରେ ପୁଲିସ ଅପରେସନ୍‌ କରିବାରେ ଅସହାୟ। ଯେଉଁଥି ପାଇଁ ବରିଷ୍ଠ ଅଧିକାରୀଙ୍କୁ ହେଲିକପ୍ଟଟ ଯୋଗେ ଯିବା ପାଇଁ ପଡେ। ଆଉ ଏଭଳି ସ୍ଥିତିରେ ରାସ୍ତା ର୍ନିମାଣକୁ ବିରୋଧ କରୁଛନ୍ତି ମାଓବାଦୀ।

ସମ୍ବନ୍ଧିତ ଖବର