ଶିକ୍ଷାବିତ୍‌ ପ୍ରକାଶ ଚନ୍ଦ୍ର ପରିଚ୍ଛାଙ୍କ ପରଲୋକ

ଭୁବନେଶ୍ୱର : ଓୟୁଏଟିର ପୂର୍ବତନ ଡିନ୍ ତଥା ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ପରିଚ୍ଛାଙ୍କର ଗତ ଅକ୍ଟୋବର ୩ ତାରିଖ ବୁଧବାର ଦିନ ପରଲୋକ ହୋଇଯାଇଛି। ଜଣେ ଶିକ୍ଷ‌ାବିତ୍‌, ଛାତ୍ରବତ୍ସଳ ଏବଂ ପରୋପକାରୀ ମଣିଷ ଭାବେ ସେ ବେଶ୍‌ ଲୋକପ୍ରିୟ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁତ୍ର ଏବଂ ୩ କନ୍ୟା ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ରାଜ୍ୟ ଜାଣେ ଲୋକପ୍ରିୟ ଶିକ୍ଷକ ଓ ଜଣେ ଦକ୍ଷ କୃଷି ବିଶେଷଜ୍ଞଙ୍କୁ ହରାଇଲା। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ବର୍ଗତ ପରିଚ୍ଛାଙ୍କ ଅନେକ ଛାତ୍ର ତାଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥି‌େଲ। ତାଙ୍କ ଦେହାନ୍ତରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର