କଟକରୁ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଏବଂ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳରୁ ଭାଜପା ଲୋକସଭା ପ୍ରାର୍ଥୀ ଘୋଷିତ

୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷିତ

ଭୁବନେଶ୍ୱର: ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁଇଟି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷିତ ହୋଇଛିି। ତାହା ଅନୁଯାୟୀ ପୂର୍ବତନ ପୁଲିସ ଡିଜି ତଥା ସିଆରପିଏଫ୍‌ ଡିଜି ପ୍ରକାଶ ମିଶ୍ର ଏବଂ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳରୁ ଭାଜପା ପ୍ରାର୍ଥୀଭାବେ ଲୋକସଭା ନିର୍ବାଚନ ଲଢ଼ିବେ ।ଖାରବେଳ ସ୍ୱାଇଁ ଆଜି ବିଧିବଦ୍ଧଭାବେ ଭାରତୀୟ ଜନତାପାର୍ଟିରେ ଯୋଗ ଦେଲେ । ସେ ଏହି ଅବସରରେ କହିଥିଲେ ଯେ ବିଜେଡିକୁ କ୍ଷମତାରୁ ହଟାଇବାଲାଗି ସେ ଭାଜପାରେ ଯୋଗ ଦେଇଛନ୍ତି।

ଖାଲି ସେତିକି ନୁହେଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆକୃଷ୍ଟ ହୋଇ ସେ ଭାଜପାରେ ଯୋଗ ଦେଇଛନ୍ତ ବୋଲି କହିଛନ୍ତି । ସେ ଏହି ଅବସରରେ କନ୍ଧମାଳରୁ ଭାଜପା ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।ଖାରବେଳ ସ୍ୱାଇଁ ଭାରତୀୟ ଜନତା ପାର୍ଟି ଟିକେଟରେ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।ଠିକ୍‌ ସେହିପରିଗତକାଲି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପିରେ ମିଶିଥିଲେ।

ସେହିପରି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଛି ବିଜେପି । ଝାରସୁଗୁଡାରୁ ଦିନେଶ ଜୈନ, ରେଢାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରୀପୋଖରୀରରୁ ବଦ୍ରିନାରାୟଣ ଧଳ, ଭଦ୍ରକରୁ ପ୍ରଦୀପ ନାୟକ, ଫୁଲବାଣୀରୁ ଦେବନାରାୟଣ ପ୍ରଧାନ, ପାରାଦୀପରୁ ସମ୍ପଦ ସ୍ୱାଇ, ଜୟଦେବରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ୱରଂଜନ ବଡଜେନା ଏବଂ ବେଗୁନିଆରୁ ରିଷଭ ନନ୍ଦଙ୍କ ନାଁ ଘୋଷଣା କରିଛି ବିଜେପି ।

ସମ୍ବନ୍ଧିତ ଖବର