ଖରାପ ‌ପାଗ ପାଇଁ ବାତିଲ ହେଲା ‘ପ୍ରଳୟ’ ପରୀକ୍ଷା

ବାଲେଶ୍ବର/ଚାନ୍ଦବାଲି : ଚାନ୍ଦିପୁର ଆଇଟିଆର ପକ୍ଷରୁ ଆଜି ସକା‌‌େଳ ହେବାକୁ ଥିବା ‘ପ୍ରଳୟ’ ମିଜାଇଲର ପରୀକ୍ଷଣ ବାତିଲ କରାଯାଇଥିଲା। ପାଗ ଖରାପ ଯୋଗୁ ଏହି ପରୀକ୍ଷଣକୁ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ତେବେ ବିଭାଗ ପକ୍ଷରୁ ସମସ୍ତ ବୈଜ୍ଞାନିକଙ୍କ ଉପସ୍ଥତିରେ ପରୀକ୍ଷଣ ପାଇଁ ୩ଥର ଉଦ୍ୟମ କରିଥିବା ବେଳେ ବର୍ଷା ତଥା ସମୁଦ୍ର ମଧୢରେ ଟାର୍ଗେଟ ପଏ˚ଟକୁ ସିଗନାଲ୍‌ ନ ମିଳିବାରୁ ଶେଷ ପର୍ଯ୍ୟାୟରେ ଏହି ପରୀକ୍ଷଣକୁ ବାତିଲ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ସକାଳ ୮ଟାରୁ ୯ଟା ମଧୢରେ ପରୀକ୍ଷଣ ପାଇଁ ଚୂଡ଼ାନ୍ତ ହୋଇଥିଲା ବେଲଳ ସିଗନାଲ୍‌ ମିଳିନଥିଲା। ୨ୟ ପର୍ଯ୍ୟାୟ ୨ଘଣ୍ଟା ବିଳମ୍ବରେ ୧୦ଟାରୁ ୧୧ଟା ମଧୢରେ ଚେଷ୍ଟା କରାଯାଇଥିଲେ ବି ପାଗ ଅତ୍ୟନ୍ତ ଖରାପ ହେତୁ ଅପରାହ୍ନ ୧ଟା ପରେ ଏହାକୁ ବାତିଲ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଅଳ୍ପ ଦୂରଗାମୀ ଆଣ୍ଟି ବାଲାଷ୍ଟିକ୍‌ ମିଜାଇଲ ଓଜନ ୫ଟନ୍‌। ଏଥିରେ ୧ଟନ୍‌ ଓଜନର ପାରମ୍ପରିକ ଅସ୍ତ୍ର ବହନ କରିବାର କ୍ଷମତା ରହିଛି। ତେବେ ୩୫୦ରୁ ୪୦୦ କିମି ଦୂରତା ପର୍ଯ୍ୟନ୍ତ ‘ପ୍ରଳୟ’ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରହିଛି।

ସମ୍ବନ୍ଧିତ ଖବର