ପ୍ରମିଳା ବିଷୋୟୀ : ହାଣ୍ଡିଶାଳରୁ ଲୋକସଭା ସ୍ବପ୍ନ

ଭୁବନେଶ୍ବର/ ଆସିକା : ‌ ପ୍ରମିଳା ବିଷୋୟୀ। ବୟସ ୬୮ବର୍ଷ। ଶିକ୍ଷାଗତ ଯୋଗ୍ୟତା ତୃତୀୟ‌ ଶ୍ରେଣୀ। ନାମମାତ୍ର ଚାଷୀ, ସଂପତ୍ତି ଗୋଟିଏ ଏକର ବି ନୁହେଁ। ଦୁଇଜଣ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି। ଝିଅ ରୁନୁ ଓ ସୁଲତାଙ୍କୁ ବିବାହ େଦଇ ସାରିଛନ୍ତି। ବଡ଼ ପୁଅ ଦିଲ୍ଲୀପ ଗାଁରେ ଚା’ ଦୋକାନ କରନ୍ତି। ସାନ ପୁଅ ରଂଜନ ବାଇକ୍ ମରାମତି ଗ୍ୟାରେଜ କରିଛନ୍ତି।

ଗଞ୍ଜାମ ଜିଲ୍ଲାର ଏକ ଅଖ୍ୟାତ ଗାଁରେ ଥିବା ଏମିତି ଜଣେ ମହିଳା ତଥା ଚେରମାରିଆ ପ୍ରାଥମିକ ବିଦ୍ୟାଳୟର ହାଣ୍ଡିଶାଳ ପରିଚାଳକ ପ୍ରମିଳା ବିେଷାୟୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦକୁ ଆସ୍କା ଅଞ୍ଚଳର ପ୍ରତିନିଧି ଭାବେ ପଠାଇବା ଲାଗି ବିେଜଡି ପ୍ରାର୍ଥୀ କରିଛନ୍ତି। ଗତ ନିର୍ବାଚନରେ ଚା’ ବିକାଳି ପ୍ରଧାନମନ୍ତ୍ରୀ ହୋଇଛନ୍ତି େବାଲି େସ୍ଲାଗାନ େଦଉଥିଲା ବିେଜପି। ହେଲେ ନବୀନ ଏଥର ଦି’ ପାଦ ଆଗକୁ ଯାଇ ମାଷ୍ଟର େଷ୍ଟ୍ରାକ୍ େଖଳିଛନ୍ତି। ସାଧାରଣ ମହିଳାଟିଏ ସଂସଦକୁ ଯିବାର ଅଧିକାର ରଖେ ଏକଥା ଆଜିର ଖର୍ଚ ବହୁଳ, ପ୍ରଭାବଶାଳୀ ଓ ବାହୁବଳିଙ୍କ ନିୟନ୍ତ୍ରଣରେ ଥିବା ନିର୍ବାଚନ ପ୍ରକ୍ରିୟାରେ ସମ୍ଭବ େବାଲି ବିେଜଡି ଜଣାଇ େଦଇଛି। ଗଣତନ୍ତ୍ରର ଏଭଳି ମହନୀୟତାକୁ ନବୀନ ମର୍ଯ୍ୟାଦା େଦଇଛନ୍ତି।

ନିଜେ ନବୀନ ନିର୍ବାଚନ ରାଜନୀତିକୁ ଓହ୍ଲାଇ ଏହି ଆସନରୁ ପ୍ରଥମେ ସଂସଦକୁ ଯାଇଥିଲେ। ଏକଦା ବିଜୁ ବାବୁଙ୍କର ନିର୍ବାଚନମଣ୍ଡଳୀ ବି ଥିଲା ଆସ୍କା। ଆଜି କିନ୍ତୁ ଗୁରୁତ୍ବପୂର୍ଣ୍ଣ ଏହି ଆସନ ଭିନ୍ନ କାରଣରୁ ଚର୍ଚ୍ଚାକୁ ଆସିଛି। ମହିଳା କାର୍ଡ େଖଳିବାକୁ ଯାଇ ମୁଖ୍ୟମନ୍ତ୍ରୀ ଆଜି ସମଗ୍ର େଦଶକୁ ଚମକାଇ ଦେଇଛନ୍ତି। ମହିଳା ଶକ୍ତୀକରଣ ସହ ବନ ସୁରକ୍ଷା ଓ ଲୋକକଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଏସ୍‌ଏଚ୍‌ଜି ସଭ୍ୟା ପ୍ରମିଳାଙ୍କୁ ଲୋକସଭା ପ୍ରାର୍ଥୀ କରାଯିବା ଘୋଷଣାରେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୁସିର ଲହରି ଖେଳିଯାଇଛି। ଚେରମାରିଆ ଗାଁ ଆଜି ନୂଆ ପରିଚୟ ପାଇଲା ବୋଲି ସ୍ଥାନୀୟ େଲାକେ ମତପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ପ୍ରମିଳା କହିଛନ୍ତି, କମ୍ ପାଠ ପଢି ବି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଯିବାର ଏକ ସୁଯୋଗ ମିଳିଛି। ନିଶ୍ଚିତ ଭାବେ ସେ ଏହାର ଉପଯୋଗ କରିବେ। ନିର୍ବାଚିତ ହେଲେ ନିଜ ନିର୍ବାଚନମଣ୍ଡଳୀର ବିକାଶ ଦିଗରେ ଯଥାସାଧ୍ୟ ଉଦ୍ୟମ କରିବେ। ନିଜ ଶୈଳୀରେ ସଂସଦ‌ରେ ଜିଲ୍ଲାର ଦାବି ଉପସ୍ଥାପନ କରିବା ନେଇ ସେ ବେଶ୍‌ ଆଶାବାଦୀ।

ଆସିକା ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କିଏ ହେବ? ଏହାକୁ ନେଇ ଗତ କିଛି ଦିନ ହେଲା ନାନା ଆକଳନ ଚାଲିଥିଲା। କାରଣ ଏଠାରେ ପ୍ରତିଥର ଶାସକ ଦଳ ପ୍ରାର୍ଥୀ ପରିବର୍ତ୍ତନ କରୁଥିବାରୁ ଆଶାୟୀଙ୍କ ସଂଖ୍ୟା ବି ଅଧିକ ଥିଲା। ଏଠି ମହିଳା ପ୍ରାର୍ଥୀଙ୍କୁ ବି ସୁଯୋଗ ଦିଆଯିବା ସମ୍ଭାବନା ରହିଥିଲା। ହେଲେ ସବୁ ଚର୍ଚ୍ଚାକୁ ପଛରେ ପକାଇ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ନିଜକୁ ଜଡ଼ିତ ରଖିଥିବା ପ୍ରମିଳା ବାଜି ମାରି ନେଇଛନ୍ତି। ଏହାକୁ କେହି ବିଶ୍ବାସ ବି କରିପାରୁ ନାହାନ୍ତି।

ଏକ ଚାଷୀ ପରିବାରରୁ ଆସିଥିବା ପ୍ରମିଳା ଦୀର୍ଘ ୧୮ ବର୍ଷ ହେଲା ସ୍ବୟଂ ସହାୟକ ଗୋଷ୍ଠୀ ସହ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି। ବନ ସୁରକ୍ଷା ସମିତି, ସମାଜସେବା, ଗ୍ରାମ ପରିମଳ, ମଦ ବିରୋଧୀ ଅଭିଯାନ ଆଦି କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛନ୍ତି। ବର୍ତ୍ତମାନ ସେ ପାକିଡ଼ି ବନସୁରକ୍ଷା ସମିତି ଉପସଭାପତି, ସାତଶଙ୍ଖ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ଭାବେ କାର୍ଯ୍ୟରତ। ମହିଳା ସଶକ୍ତୀକରଣ ଦିଗରେ ବି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି।

ବନ ସୁରକ୍ଷା ପାଇଁ ସେ ଏକଦା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠୁ ପୁରସ୍କୃତ। ଆଶା କର୍ମୀ ନଥିବା ବେଳେ ନଳବଣ୍ଟା ପଞ୍ଚାୟତ ସମେତ ପାକିଡ଼ି ପାହାଡ଼ ପାଦଦେଶରେ ଥିବା ନରେନ୍ଦ୍ରପୁର, ପିତଳ ଆଦି ଗ୍ରାମର ପ୍ରତିଟି ଗର୍ଭବତୀଙ୍କୁ ମେଡିକାଲ ଆଣି ସାହାଯ୍ୟ କରିବା ତାଙ୍କୁ ସବୁ ମହଲରେ ପରିଚିତ କରାଇ ପାରିଥିଲା। ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକକଳା ଓ ଗ୍ରାମାଞ୍ଚଳର ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରିବା ମଧ୍ୟ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା।

ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ବୟସର ସାୟାହ୍ନରେ ପ୍ରମିଳାଙ୍କୁ ଆସିକା ଭଳି ଏକ ମର୍ଯ୍ୟାଦାପୂର୍ଣ୍ଣ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବାକୁ ସୁଯୋଗ ମିଳିଛି।

ଉଲ୍ଲେଖଯୋଗ୍ୟ, ନବୀନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତୀକରଣ ପାଇଁ ଏସଏଚଜି ଗଠନ କରିଥିଲେ। ପରେ ପଞ୍ଚାୟତ ନିର୍ବାଚନରେ ୫୦% ସଂରକ୍ଷଣ ନିଷ୍ପତ୍ତି ନିଆଯାଇଥିଲା। ନିକଟରେ ମିିସନ ଶକ୍ତି କାର୍ଯ୍ୟକ୍ରମ ନାଁରେ ନବୀନ ସ୍ବୟଂ ସହାୟକ େଗାଷ୍ଠୀଙ୍କ ପାଇଁ ଆଖିବୁଜା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ନିଜ ସହିତ ମଞ୍ଚରେ ବସାଇଥିଲେ ଓ େଶଷରେ ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡାରେ ଘୋଷଣା କରିଥିଲେ େଯ ୩୩ ପ୍ରତିଶତ ମହିଳାଙ୍କୁ ସେ ସଂସଦକୁ ପଠାଇବେ। ଏହି କ୍ରମରେ ବିଧାନସଭାରେ ବି ସଂକଳ୍ପ ପାରିତ େହାଇଥିଲା ଓ ସବୁ ରାଜନୈତିକ ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିେଜ ଚିଠି ଲେଖି ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ପାଇଁ ପ୍ରବର୍ତାଇଥିଲେ। ଆଜି ମୁଖ୍ୟମନ୍ତ୍ରୀ କହିଥିଲେ, ସେ ୨୦ ବର୍ଷ ତଳେ ଏହିଠାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ପ୍ରମିଳାଙ୍କୁ ପ୍ରାର୍ଥୀ କରି ବିେଜଡି ଆଜି ୭୦ଲକ୍ଷ ମହିଳାଙ୍କୁ ନେଇ ଚାଲିଥିବା ମିସନ ଶକ୍ତି ଶିବିରରେ ଆେଲାଡନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର