ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ଓ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ଚାମ୍ପିଅନ ଅଶ୍ୱଥ ନାରାୟଣଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ଓ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଚାମ୍ପିଅନ ଅଶ୍ୱଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଶନିବାର ପ୍ରମୋଦଙ୍କୁ ନବୀନ ୩୦ ଲକ୍ଷ ୯୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ଅଶ୍ୱଥଙ୍କୁ ୧୦ ଲକ୍ଷ ଟଙ୍କା ଓ କୋଚ୍‌ ରଜତଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।

ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନ ଓଡ଼ିଆ ପୁଅ ପ୍ରମୋଦ ଭଗତ ରାଷ୍ଟ୍ରପତି ରାମନାଥଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଅଶ୍ୱଥ ନାରାୟଣ ସନଘାରାପୁ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଋଷିଆରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରି ୨୫ ବର୍ଷିଅ ଅଶ୍ୱଥ ‘ଓ୍ଵାଟର ଟେକ୍‌ନୋଲୋଜୀ’ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଋଷିଆରେ ଆୟୋଜିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତୀୟ ଟିମ୍‌ର ଅନ୍ୟତମ ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର