ନିଜ ପାଇଁ ନୁହଁ ଜ୍ବାଇଁ ପାଇଁ ଲବି!

ଭୁବନେଶ୍ବର : ଭୁବନେଶ୍ବର ଲୋକସଭା ଟିକେଟ ନ ମିଳିଲେ ବି ନବୀନ ନିବାସ ଆସିବା ଛାଡ଼ିନାହାନ୍ତି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏବେସୁଦ୍ଧା ଭୁବନେଶ୍ବର ସବୁ ବିଧାନସଭା ଆସନ ପାଇଁ ବିଜେଡି ସଭାପତି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ଭିଡ଼ ନବୀନ ନିବାସରେ ଲାଗି ରହିଥିବାବେଲେ ଏ ସୁଯୋଗକୁ ହାତଛଡ଼ା କରିବାକୁ ସାଂସଦ ପାଟ୍ଟଶାଣୀ ଭୁଲିନାହାନ୍ତି। ଭୁବନେଶ୍ବର-ଉତ୍ତର ନିର୍ବାଚନ ମଣ୍ଡଳୀରେ ତାଙ୍କ ଜ୍ବାଇଁ ପ୍ରୀୟଦର୍ଶୀ ମିଶ୍ରଙ୍କୁ ପୁଣି ଥରେ ପ୍ରାର୍ଥୀ କରିବାକୁ ନବୀନ ନିବାସରେ ବାବା ପାଟ୍ଟଶାଣୀ ଲବି କରୁଥିବା ଚର୍ଚ୍ଚା। ସେଥିପାଇଁ ଗୁରୁବାର ସକାଳୁ ମଧ୍ୟ ବାବାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ହେଲେ ପଚାରିଲେ କହିଥିଲେ, ‘ନୋ ଲବି ନଥିଂ। ଦଳର ସଚ୍ଚା କର୍ମୀଭାବେ ସଭାପତି ଯେତେବେଳେ ଯେଉଁ ଦାୟିତ୍ବ ଦେବେ ତାକୁ ତୁଲାଇବି।’

ସମ୍ବନ୍ଧିତ ଖବର