କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ ପ୍ରଶାନ୍ତ ମିଶ୍ରଙ୍କୁ ରିମାଣ୍ଡରେ ନେଲା ପୁଲିସ

0

କେନ୍ଦୁଝର : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ ପ୍ରଶାନ୍ତ ମିଶ୍ରଙ୍କୁ ପୁଲିସ ରିମାଣ୍ଡରେ ନେଇଥିବା ଜଣାଯାଇଛି । ପୁଲିସ ୨ ଦିନିଆ ରିମାଣ୍ଡରେ ପ୍ରଶାନ୍ତ ମିଶ୍ରଙ୍କୁ ଜେରା କରାଯିବ ବୋଲି କେନ୍ଦୁଝର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଠାରେ ସ୍ମରଣଯୋଗ୍ୟ କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀନୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ଗତ ୧୦ ତାରିଖରେ କେନ୍ଦୁଝରରୁ ଦୁଇଜଣ ଓ ୧୧ ତାରିଖରେ ଭଦ୍ରକରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତକୁ ପୁଲିସ ରାଜଧାନୀ ଭୁବନେଶ୍ୱରରୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ଏକ ୱେବ ଗଣମାଧ୍ୟମର ସାମ୍ବାଦିକ ବୋଲି ଜଣାପଡ଼ିଥିଲା।

କମିସନରେଟ୍ ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ରହି ଉକ୍ତ ଯୁବ ସାମ୍ବାଦିକ ଏକ ୱେବ ଚ୍ୟାନେଲ ଚଳାଉଥିଲେ। କେନ୍ଦୁଝର ଟାଉନ ଥାନା ପୁଲିସ ତାଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। କେନ୍ଦୁଝର ପୁଲିସ ଏନେଇ ମୁହଁ ଖୋଲୁନି। ପୂର୍ବରୁ ଟାଉନ ଥାନା ପୁଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିଶଙ୍କରପୁର ଗ୍ରାମର ଚିନ୍ମୟ ସେନାପତି, କେନ୍ଦୁଝର ଜିଲ୍ଲାର ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରିଙ୍କୁ ଏହି ମାମଲାରେ ଗିରଫ କରିଥିଲା

ସମ୍ବନ୍ଧିତ ଖବର

Leave A Reply

Your email address will not be published.