ଢେଙ୍କାନାଳ ପୌର ପରିଷଦର ସ୍ବଚ୍ଛତା କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ ପ୍ରତାପ ଜେନା

ଢେଙ୍କାନାଳ:  ପଞ୍ଚାୟତରାଜ, ଆଇନ୍ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଥିଲେ। ସେ ଅଚାନକ ଗସ୍ତ ଅବସରରେ ପ୍ରଥମେ ପୌର ପରିଷଦର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ | ଏହି ସମୟରେ ମନ୍ତ୍ରୀ ପ୍ରତାପ ଜେନା ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ଯନ୍ତ୍ରୀ ରଶ୍ମୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମନ୍ତ୍ରୀ ପୌର ପରିଷଦର ସ୍ବଚ୍ଛତା କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ ମନ୍ତ୍ରୀ ପ୍ରତାପ ଜେନା ଢେଙ୍କାନାଳ ସହରରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ । ସେଠାରେ ସେ ଲୋକଙ୍କ ଗହଣରେ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ।

ଏହାପରେ ମନ୍ତ୍ରୀ ପ୍ରତାପ ଜେନା ସଦର ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାମର ସମୀକ୍ଷା କରିଥିଲେ। ସେ ଏହି ଅବସରରେ ପୋଖରୀଗୁଡ଼ିକର ପୁନରୁଦ୍ଧାର କରିବା ଲାଗି କହିଥିଲେ।ଏହାପରେ ସେ ଢ଼େଙ୍କାନାଳ ସହର ଉପକଣ୍ଠରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର