ଭୁବନେଶ୍ୱର: ଜ୍ଞାନପୀଠ ପୁରସ୍କାର ବିଜୟିନୀ ତଥା ଓଡ଼ିଶାର ସୁପରିଚିତା ଔପନ୍ୟାସିକା ପ୍ରତିଭା ରାୟଙ୍କ ସ୍ୱାମୀଙ୍କ ବିୟୋଗ ହୋଇଯାଇଛି। ପ୍ରତିଭାଙ୍କ ସ୍ୱାମୀ ଇଞ୍ଜିନିୟର ଅକ୍ଷୟ ରାୟଙ୍କର ଶୁକ୍ରବାର ସଂଧ୍ୟାରେ ୭୭ ବର୍ଷ ବୟସରେ ଆପଲୋ ହସ୍ପିଟାଲ୍ରେ ପରଲୋକ ହୋଇଛି। ଅକ୍ଷୟ ରାୟ ଦୀର୍ଘ ଦିନ ହେବ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ପୂର୍ବରୁ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ୩.୩୦ରୁ ୪ଟା ମଧ୍ୟରେ ସେ ପୁଣି ଥରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆପଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଷୟଙ୍କ ମୃତ୍ୟୁ ଘଟିଛି।
ସେ ଜଣେ ସରକାରୀ ଇଞ୍ଜିନିୟର୍ ଥିଲେ। ସେ ଆଦ୍ୟା ପ୍ରକାଶନୀର ପ୍ରକାଶକ ମଧ୍ୟ ଥିଲେ। ସେ ରୋଟାରିର ଜଣେ ସକ୍ରିୟ ସଦସ୍ୟ ଥିବା ବେଳେ ବହୁ ପ୍ରଶଂସାଜନକ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ତାଙ୍କ ଘର ଜଗତ୍ସିଂହପୁରର କାଦୁଆପଡ଼ା ଗ୍ରାମରେ।
/sambad/media/post_attachments/wp-content/uploads/2019/09/Untitled-1-5-297x300.jpg)
(Photo:pratibharay.org)
ଏହି ଖବର ପ୍ରଚାରିତ ହେବା ପରେ ଲେଖିକା ରାୟଙ୍କ ପ୍ରିୟ ପାଠକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଅକ୍ଷୟଙ୍କ ପତ୍ନୀ ଶ୍ରୀମତୀ ରାୟଙ୍କୁ ରାଜ୍ୟର ବହୁ ମାନ୍ୟଗଣ୍ୟ ଲେଖକ ଓ ଲେଖିକା ତାଙ୍କ ସୋସିଆଲ୍ ମିଡିଆ ପେଜ୍ରେ ସମବେଦନା ଜଣାଇଛନ୍ତି।
ପ୍ରତିଭା ଖୁବ୍ ଅଳ୍ପ ବୟସରେ ଅକ୍ଷୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ଗ୍ରାଜୁଏସନ୍ ପଢ଼ିସାରିବା ପରେ ବିବାହ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ନିଜର ୩ ପିଲାଙ୍କୁ ସ୍କୁଲ୍ ପଠାଇ ସାରି ସେ ଶିକ୍ଷା(ଏଜୁକେସନ୍)ରେ ସ୍ନାତକୋତ୍ତର କରିଥିଲେ ଓ ମନୋବିଜ୍ଞାନରେ ପିଏଚ୍ଡି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/12345.jpg)