କଂଗ୍ରେସରେ ଯୋଗ ଦେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେଇଥିବା  କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଏନେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଚିଠି ମିଳିଛି। ଗତକାଲି  କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ବିଜେଡ଼ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଇଛି।

ସୂଚନାଯୋଗ୍ୟ କି, ତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ କନ୍ଧମାଳ ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ କରାଯାଇ ନଥିଲା। ଏହାପରେ ସେ ଦଳର ସଭାପତିଙ୍କୁ ଭେଟି ନୟାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଗତକାଲି ସେ ଗଣମାଧ୍ୟମକୁ କହିଥିଲେ ଯେ ଯଦି ଦଳପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୂଚନା ନଦିଆଯାଏ, ତେବେ ସେ ସ୍ୱାଧୀନଭାବେ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ପଛାଇବେ ନାହିଁ।

ସମ୍ବନ୍ଧିତ ଖବର