ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭାବପ୍ରବଣ ହୋଇପଡ଼ିଲେ ବିଧାୟକ ପ୍ରଭାତ ବିଶ୍ୱାଳ: କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ

କଟକ : କ୍ୟାମେରା ଆଗରେ କୋହକୁ ନିୟନ୍ତ୍ରଣ କରିପାରିଲେନି ବିଧାୟକ ପ୍ରଭାତ ବିଶ୍ୱାଳ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର  ସିଟି ସ୍କାନ କରାଯାଇଥିଲା। ଏଥିଲାଗି କଟକ ବଡ଼ ଡାକ୍ତରଖାନା ଆସିଥିବା ବେଳେ ପ୍ରତିକ୍ରିୟା ଦେବାକୁ ଯାଇ କାନ୍ଦିପକାଇଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ସେ ଗଣମାଧ୍ୟମକୁ କହିଥିଲେ,  ମୋତେ ଭାରି ନିସ୍ତେଜ ଲାଗୁଛି । ଆଉ ବଂଚିବାକୁ ଇଛା ନାହିଁ । ସତ୍ୟର ଜୟ ହେଉ।  ସିସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ପ୍ରଭାତ ବିଶ୍ୱାଳଙ୍କ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ । କିଛି ଦିନ ପୂର୍ବରୁ ଖବର ଆସିଥିଲା ପ୍ରଭାତ ବିଶ୍ୱାଳ ଅଧିକାଂଶ ଲୋକଙ୍କୁ ମଧ୍ୟ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି । ସେ ବଡ ଡାକ୍ତରଖାନାର ଆଂଚଳିକ ମେରୁଦଣ୍ଡ ନିଦାନ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା । । ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ଚିକିତ୍ସାଧିନ ଅଛନ୍ତି ପ୍ରଭାତ ବିଶ୍ୱାଳ । ଇତି ମଧ୍ୟରେ ଗତ ଏପ୍ରିଲ ମାସରେ, ସିସୋରକୁ ଜମି ବିକ୍ରି ମାମଲାରେ ଜାମିନ ମିଳିଥିଲା । କିନ୍ତୁ ଗିରଫ ହେବା ପରଠାରୁ ହିଁ ସେ ଅସୁସ୍ଥ ଅଛନ୍ତି ।

ସମ୍ବନ୍ଧିତ ଖବର