ବିଜେଡି ଛାଡ଼ିଲେ ପ୍ରବୀଣ ଭଞ୍ଜଦେଓ

ବାରିପଦା : ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ କୁହିଳିବାରେ ଲାଗିଛି। ପ୍ରଥମେ ଉଦଳା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ େନତା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରବିବାର ଉଦଳା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଶତାଧିକ କର୍ମକର୍ତା ବିେଜପିରେ ସାମିଲ ହୋଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିନାହିଁ। ଆଜି ବିଜେଡି ଛାଡ଼ିଛନ୍ତି ଜିଲ୍ଲା ସଭାପତି ତଥା ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ। ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି।

ବେଶ୍ କିଛି ଦିନ ହେବ ଶ୍ରୀ ଭଞ୍ଜଦେଓଙ୍କର ଦଳୀୟ ଶୀର୍ଷ େନତୃତ୍ବ ସହିତ ସମୀକରଣ କିଛି ଠିକ୍ ନଥିଲା। ଏପରିକି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ଭଞ୍ଜଦେଓଙ୍କ ଅନୁପସ୍ଥିତି ବାରିହୋଇପଡ଼ୁଥିଲା। ନିଜ ନିର୍ବାଚନମଣ୍ଡଳୀରେ ସମୟ ନଦେବା, କର୍ମୀଙ୍କ ସହିତ ସଂପର୍କ ନ ରଖିବା କାରଣରୁ ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ଟିକେଟ ଲବିକୁ ଆସିଥିଲେ। ତେବେ ନିକଟରେ ବିେଜପି ଛାଡି ଆସିଥିବା ରାଜ କିଶୋର ଦାସଙ୍କୁ ଆଜି ବିଜେଡି ଏହି ଗୁରୁତ୍ବପୂର୍ଣ୍ଣ ଆସନରେ ଟିକେଟ୍ େଦଇଛି।

ତେବେ ଶ୍ରୀ ଭଞ୍ଜଦେଓଙ୍କ ଇସ୍ତଫା ବିଜେଡିରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଜି ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ବିଜେଡିି ଟିକେଟ ପ୍ରଦାନ ନେଇ ଦଳର ବହୁ କର୍ମୀ ଇସ୍ତଫା ଦେଇଛନ୍ତି। ବଡ଼ସାହି ନିର୍ବାଚନମଣ୍ଡଳୀରେ ମଧ୍ୟ ବିଧାୟକ ଗଣେଶ୍ବର ପାତ୍ରଙ୍କୁ ଟିକେଟ୍ ନମିଳିବା ପ୍ରସଙ୍ଗକୁ ନେଇ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚର୍ଚ୍ଚା େହଉଛି, ଶ୍ରୀ ପାତ୍ର କଂଗ୍ରେସରେ େଯାଗ ଦେଇପାରନ୍ତି।

ସମ୍ବନ୍ଧିତ ଖବର