ଗର୍ଭପାତ ଔଷଧ କାଳ ହେଲା, ଆଖି ବୁଜିଲେ ପୀଡ଼ିତା

ଦେବଗଡ଼ : ପ୍ରେମିକ ଦ୍ୱାରା ଦୁଷ୍କର୍ମ ଓ ପ୍ରତାରଣାର ଶିକାର ହେବା ପରେ ଗର୍ଭପାତ ପାଇଁ ପ୍ରେମିକ ଦେଇଥିବା ଓଷଧ ଖାଇ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ପ୍ରାୟ ଏକ ବର୍ଷ ପୂର୍ବେ ବାରକୋଟ ବ୍ଲକ କଣ୍ଟାପାଲି ପଞ୍ଚାୟତ ନୂଆଁଡିହି ଗ୍ରାମର ଜଣେ ନାବାଳିକାକୁ ମାଧବ କିସାନ ଦୁଷ୍କର୍ମ କରି ଗର୍ଭବତୀ କରିଥିଲା। ପରେ ଗର୍ଭନଷ୍ଟ ପାଇଁ କେତେକ ଓଷଧ ଦୋକାନୀ ଓ କ୍ୱାକ୍‌ଙ୍କ ଔଷଧ ଖୁଆଇଥିଲା। ଏହାପରେ ପୀଡିତାଙ୍କ ପେଟରେ ସାଂଘାତିକ ଯନ୍ତ୍ରଣା ହେବା ସହ ନାଭି ଉପରେ ଏକ ଛିଦ୍ର ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଅଣାଯାଇଥିଲା। ପୀଡିତାଙ୍କ ପିତା ଗତ ଫେବ୍ରୁଆରି ୧ ତାରିଖରେ ଅଭିଯୋଗ କଲା ପରେ ଦେବଗଡ଼ ପୁଲିସ ଅଭିଯୁକ୍ତ ପ୍ରେମିକ ଟୁସୁଳା ଗ୍ରାମର ମାଧବ କିସାନକୁ ଗିରଫ କରିଛି।

ସମ୍ବନ୍ଧିତ ଖବର