ଆସିିଲାନି ଆମ୍ବୁଲାନ୍‌ସ, ପ୍ରସୂତି ଓ ନବଜାତ ଶିଶୁ ମୃତ

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣିପାଲି ପଞ୍ଚାୟତ ଅନ୍ତର୍ଗତ ପୁଟଗାଁ ଗ୍ରାମର ରାଜ କୁମାର ଦଳପତିଙ୍କ ପତ୍ନୀ ଶୁକ୍ରି (୨୩) ଆଜି ଅପରାହ୍ନରେ ପ୍ରସବ ବେଦନା ଅନୁଭବ କରିଥିଲେ। ପରିବାର ଲୋକ ୧୦୨ ଆମ୍ବୁଲାନ୍‌ସକୁ ଫୋନ କରିଥିଲେ। କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଆମ୍ବୁଲାନ୍‌ସ ନ ପହଞ୍ଚିବାରୁ ପରିବାର ଲୋକ ଏକ ଅଟୋରେ ଗର୍ଭବତୀଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମେଡିକାଲ ପହଞ୍ଚିବାର କିଛି ସମୟ ପରେ ଗର୍ଭବତୀ ଜଣକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। କିନ୍ତୁ ପ୍ରସବ ପରେ ଉଭୟ ମା’ ଓ ନବଜାତ ଶିଶୁର ଅବସ୍ଥା ଗୁରୁତର ହୋଇଯାଇଥିଲା। ତେଣୁ ପୁଣି ମାଲକାନଗିରି ମେଡିକାଲ ନିଆଯିବ ବେଳେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର