ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି : ଡିସେମ୍ବର ୨୩ରୁ କଂସରାଜ

ବରଗଡ଼ : ଡିସେମ୍ବର ୨୩ରୁ ଜାନୁଆରି ୨ ତାରିଖ ଯାଏଁ ଧରାପୃଷ୍ଠ କଂସରାଜରେ ଥରହର ହେବ। କଂସବଧ ସହ ଜନତା ପୁଣି ଶାନ୍ତିରେ ଜୀବନ କାଟିବେ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ଧନୁଯାତ୍ରା ଆୟୋଜନ ପାଇଁ ସୋମବାର ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ଏଥିରେ ଜିଲ୍ଲା ଏବଂ ପୁଲିସ୍‌ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଉଭୟ ମଥୁରା ଏବଂ ଗୋପପୁରର ପ୍ରତିନିଧିମାନେ ଯୋଗ ଦେଇ ମତାମତ ଉପସ୍ଥାପନ କରିଥିଲେ। ଯାତ୍ରାର ବିଭିନ୍ନ ପର୍ଯ୍ୟାୟ ପାଇଁ ଆଗାମୀ ଦିନରେ ପୃଥକ୍‌ ପୃଥକ୍‌ ପ୍ରସ୍ତୁତି ବୈଠକ ବସିବ। ଏଥିରେ ସମସ୍ୟା ଗୁଡ଼ିକର ଶିଘ୍ର ସମାଧାନ ପାଇଁ ବାଟ ଖୋଜାଯିବ। ଯାତ୍ରା ପାଇଁ ଅନୁଦାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ସେହିପରି ମୀନାବଜାର ପରିଚାଳନା ପ୍ରଶାସନ ନିଜ ନିୟନ୍ତ୍ରଣକୁ ଆଣିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର