ନିଶା ନିବାରଣ ପାଇଁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କୃତ ହେଲେ ଲରିଆପାଲି ସରପଞ୍ଚ

ବାମରା: ନିଶା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଲରିଆପାଲି ସରପଞ୍ଚ ଶୁକ୍ରୁ କୁଜୁର ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପୁରସ୍କୃତ ହୋଇଛନ୍ତି। ଶ୍ରୀ କୁଜୁର ଆର୍ଟ ଅଫ ଲିଭିଂ ଓଡ଼ିଶା ସଂସ୍ଥା ସହଯୋଗରେ ପଞ୍ଚାୟତବାସୀଙ୍କୁ ନିଶା ସେବନରୁ ଦୂରେଇ ରହିବାକୁ ପ୍ରବର୍ତ୍ତାଇଥିଲେ। ଏଥିରେ ସେ ସଫଳ ହୋଇଥିଲେ। ୨୬ ଜୁନ ଅନ୍ତର୍ଜାତୀୟ ଡ୍ରଗ୍‌ ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧୀ ଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର