ଓଡ଼ିଶାକୁ କଳାର ଉତ୍କୃଷ୍ଟ ରାଜ୍ୟ ବୋଲି କହିଲେ ରାଷ୍ଟ୍ରପତି

ପୁରୀ: ଶ୍ରୀ ଜଗନ୍ନାଥ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାମନାଥ କୋବିନ୍ଦ କହିଥିଲେ କଳାର ଉତ୍କୃଷ୍ଟ ରାଜ୍ୟ ହେଉଛି ଉତ୍କଳ । ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି। ଅପୁରୀକୁ କୁହାଯାଏ ବିଦ୍ୟାର ନଗରୀ । ପୁରୀରେ ଜନ୍ମିତ ସୁଯୋଗ୍ୟ ସନ୍ତାନ୍ତକୁ ବି ମନେ ରାମନାଥ କୋବିନ୍ଦ ପକାଇଥିଲେ । ସଂସ୍କୃତ ଭାଷାରେ ଅନେକ ପ୍ରସିଦ୍ଧ ପୁସ୍ତକ ରହିଛି ଓ ଏହି ଭାଷାକୁ ନେଇ ଅନୁସନ୍ଧାନ ଚାଲିଛି । ଅଧିକ ଭାଷା ଜାଣିଲେ ଜଣକର ବିଜ୍ଞତା ବୃଦ୍ଧି ପାଇଥାଏ । ପୁରୀଗସ୍ତ ଶେଷ କରି ରାଷ୍ଟ୍ରପତି ରାଜଭବନରେ ପହଞ୍ଚିଛନ୍ତି । ଅପରାହ୍ନରେ ସେ ଆଇଆଇଟିର ସମାବର୍ତନ ଉତ୍ସବରେ ଯୋଗଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ସାଢେ ୭ଟାରେ ସେ ଶ୍ରୀମନ୍ଦିର ପ୍ରବେଶ କରି ବେଢା ଭିତରେ ପ୍ରାୟ ୪୫ ମିନିଟ ଓ ଗର୍ଭଗୃହରେ ପ୍ରାୟ ୨୦ ମିନିଟ ଧରି ରହିଥିଲେ । ଏହା ପରେ ପ୍ରାୟ ୮ଟା ୧୫ ବେଳକୁ ସେ ଜଗନ୍ନାଥ ଦର୍ଶନ ସାରି ଫେରିଥିଲେ । ରତ୍ନସିଂହାସନରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ବି ଯାଇଥିଲେ ।

ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଗଜପତିଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉପହାର ସ୍ୱରୂପରାଷ୍ଟ୍ରପତିଙ୍କୁ ପଟଚିତ୍ର, ଖଣ୍ଡୁଆ ଦିଆଯାଇଥିଲା । ଆଲୋଚନାବେଳେ ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ଅଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ । ସେହିଭଳି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଆହୁରି ସୁବିଧା ସୁଯୋଗ ଦେବା ଉପରେ ମଧ୍ୟ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ବେଳେ ସେବାୟତଙ୍କୁ ପାଉଣା ନ ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ । କୌଳିକ ପଣ୍ଡାଙ୍କୁ ସେବା ସୁଯୋଗ ଦିଆ ଯାଇ ନଥିବାରୁ ବି ସେବାୟତ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଆଜି ଶ୍ରୀମନ୍ଦିର ଗସ୍ତ ବେଳେ ରାମନାଥ କୋବିନ୍ଦ ସେବାୟତଙ୍କୁ କୌଣସି ପାଉଣା ଦେଇ ନଥିଲେ। ଏହାକୁ ନେଇ ସେବାୟତ ନାରାଜ ହୋଇଛନ୍ତି ।

ସମ୍ବନ୍ଧିତ ଖବର