ବିିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲେ ବିଜେଡି ସୁପ୍ରିମୋ :

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କୁ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିବା ବେଳେ ରବିନାରାୟଣ ନନ୍ଦଙ୍କୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ନିରଞ୍ଜନ ପୂଜାରୀ ଏବଂ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ।

ସେହିପରି ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ଢେଙ୍କାନାଳର ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ରଙ୍କୁ ଭୁବନେଶ୍ୱର-ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ, ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ, ପୂର୍ବତନ ବିଧାୟିକା ଶ୍ରୀମତୀ ସିପ୍ରା ମଲ୍ଲିକଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ, ପ୍ରକାଶ ଦାଶଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଏବଂ କଟକର ଯୁଗଳ ନାୟକଙ୍କୁ କଟକ ସଂସଦୀୟ କ୍ଷେତ୍ର ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ସମ୍ବଲପୁର ଓ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଦିଲ୍ଲୀପ ଦୁରିଆ, ରେଢ଼ାଖୋଲ ଓ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଏମ୍‌ଡି. ମୋବିନ୍‌, ଝାରସୁଗୁଡ଼ା ଓ ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶୈଳେସ ଦାନି, ବଣାଇ ଓ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଏମ୍‌ଡି. ସହିଦ, ତଳସରା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ପଲ୍ଲବ ଲିମା, ସୁନ୍ଦରଗଡ଼ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଭୀମସେନ ମୁଦୁଲି, ବୀରମହାରାଜପୁର ଓ ବାଙ୍ଗିରିପୋଷୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଦେବୀ ପ୍ରସାଦ ପଟ୍ଟନାୟକ, ଲୋଇସିଂହା ଓ ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସୁଶ୍ରୀ ଅନୁସୂୟା ମାଝୀ, ଆନନ୍ଦପୁର ଓ ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସନ୍ତୋଷ ବେଜ, କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଅଂଶୁମାନ ରଶ୍ମୀ ସାଗର ଏବଂ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ମହେନ୍ଦ୍ର ମିଶ୍ର, ପ୍ରସନ୍ନଜିତ ସିଂହ, କମଳାକାନ୍ତ ମହାପାତ୍ରଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଂଗଠନିକ ସଂପାଦକ ଏବଂ ଶ୍ରୀମତୀ ସରୋଜିନୀ ଦାସଙ୍କୁ ମହିଳା ବିଜେଡି ସାଂଗଠନିକ ସଂପାଦିକା ଭାବେ ନିଯୁକ୍ତ କରିଥିବା ବେଳେ ବିଜେଡି ସଂଖ୍ୟାଲଘୁ ସେଲ୍‌ ଉପ-ସଭାପତି ଭାବେ ମୀର ଖାଦିମ୍‌ ବକ୍ସ ଓ ବିଜେଡି ଯୁବ ସଂଖ୍ୟାଲଘୁ ସେଲ୍‌ କଟକ ଜିଲ୍ଲା ଉପ-ସଭାପତି ଭାବେ ଜାକିର ଖାଁଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ରତିକାନ୍ତ ସାହାଣୀ ଓ ସରୋଜକାନ୍ତ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି, ସୂର୍ଯ୍ୟ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସଂପାଦକ, କେନ୍ଦ୍ରାପଡ଼ା ଟାଉନ୍‌ କାର୍ଯ୍ୟକାରୀ ସଭାପତି ଭାବେ ଅକ୍ଷୟ କୁମାର ମେକାପ, କେନ୍ଦ୍ରାପଡ଼ା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଚିତ୍ତରଞ୍ଜନ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସଂପାଦକ ଭାବେ ଗୌତମ ସ୍ୱାଇଁ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଦୁର୍ଗା ପ୍ରସାଦ ପତି, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଭାବେ ଶୁଭ୍ରାଂଶୁ ଭୂଷଣ କର, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସଂପାଦକ ଭାବେ ଦେବାଶିଷ ପଣ୍ଡାଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ବିଜେଡି ସାଂଗଠନିକ ସଂପାଦକ ଭାବେ ଶ୍ରୀମତୀ ସବିତା ସାହୁ ଓ ଶ୍ରୀମତୀ ମନୋରମା ଭୂୟାଁଙ୍କୁ ନିଯୁକ୍ତ କରିଥିବା ବେଳେ ରତିକାନ୍ତ ସାମନ୍ତରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସାଂଗଠନିକ ସଂପାଦକ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଏସ୍‌ସି ସେଲ୍‌ ସଂପାଦକ ଭାବେ ସୁଦାମ ମଲ୍ଲିକ ଏବଂ ସଂଜୟ ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଯୁବ ସଂଖ୍ୟାଲଘୁ ସେଲ୍‌ ସଭାପତି ଭାବେ ମହମ୍ମଦ ଅମିରଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର