ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ଲିଗାଲ ଫ୍ରଣ୍ଟ ଉପଦେଷ୍ଟା କହିଲେ, କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ପ୍ରରୋଚନାରେ ଆନ୍ଦୋଳନ ଚାଲିଛି

କଟକ: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ଦୀର୍ଘ ୨ ମାସ ହେବ ଆନ୍ଦୋଳନ ଚାଲିବା ଯୋଗୁଁ କୋର୍ଟ ଜନିତ କାମ ଆଗେଇ ପାରୁ ନାହିଁ। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ପ୍ରରୋଚନାରେ ଆନ୍ଦୋଳନ ଚାଲିଛି ବୋଲି ଲିଗାଲ ଫ୍ରଣ୍ଟ ଉପଦେଷ୍ଟା ଅସୀମ ଅମିତାଭ ବୁଧବାର କହିଛନ୍ତି। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଲିଗାଲ ଫ୍ରଣ୍ଟର ଉପଦେଷ୍ଟା ଅମିତାଭ କହିଛନ୍ତି, ରାଜ୍ୟ ସରକାର ଘଟଣାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନ ଆଗେଇବା ଉଚିତ ନୁହେଁ। ବାର ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସୂଚନା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବାର୍‌ ଆସୋସିଏସନ୍‌ର କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦିଆଯିବ।

ଅନ୍ଦୋଳନ ନେଇ କଟକ ଡିସିପି କହିଛନ୍ତି, ଆନ୍ଦୋଳନକୁ ୨ ମାସ ପୂରିଲାଣି। ସମସ୍ତେ ଅସୁବିଧାରେ ପଡୁଛନ୍ତି। ତେଣୁ ଆନ୍ଦୋଳନରୁ ଓହରି ଯିବାପାଇଁ ଅପିଲ କରୁଛୁ। ଆନ୍ଦୋଳନ ବନ୍ଦ ନେଇ ଗୋଟିଏ ଅବସ୍ଥାରେ ସମାଧାନର ବାଟ ବାହାରି ଥିଲା। ଆନ୍ଦୋଳନରେ ବାର ସଭାପତି, ସମ୍ପାଦକଙ୍କ ସହ ମୁଁ ଉପସ୍ଥିତ ଥିଲି। ଅନ୍ଦୋଳନ ବନ୍ଦ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ମଝିରେ କ’ଣ ହେଲା କେଜାଣି ପ୍ରତିଶ୍ରୁତିରୁ ଓହରି ଆନ୍ଦୋଳନ ଜାରି ରଖିଥିଲେ।

 

ସମ୍ବନ୍ଧିତ ଖବର