ଶିକ୍ଷକଙ୍କୁ ଖୁସି କଲେ ସରକାର : ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଓ ଗ୍ରେଡ୍‌ ପେ’ ୨୮୦୦ ଟଙ୍କାକୁ ବୃଦ୍ଧି

ଉପକୃତ ହେବେ ୭୨ ହଜାର ଶିକ୍ଷକ, ଆନ୍ଦୋଳନରୁ ଓହରିଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର୍‌ ପୁନର୍ଗଠନ ଓ ଗ୍ରେଡ୍‌ ପେ’ ବୃଦ୍ଧିକୁ ରାଜ୍ୟ ସରକାର ଆଜି ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସିଧାସଳଖ ଉପକୃତ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋ‌ଷଣା କରିବା ପରେ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଜି ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶିକ୍ଷକମାେନ ଭେଟି ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ଦୀର୍ଘ ୨୯ ଦିନ ଧରି ଓଡ଼ିଶା ମିଳିତ ପ୍ରଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ନୂତନ ଏଲିମେଣ୍ଟାରି କ୍ୟାଡରରେ ସରକାରୀ ବରିଷ୍ଠ ଶିକ୍ଷକ(ସିନିଅର ଟିଚର), ସ୍ନାତକ ଶିକ୍ଷକ(ଗ୍ରାଜୁଏଟ୍‌ ଟଚର) ଓ ବରିଷ୍ଠ ପ୍ରଧାନ ଶିକ୍ଷକ(ସିନିଅର ହେଡ୍‌ମାଷ୍ଟର୍‌) ପଦ ସୃଷ୍ଟି କରାଯାଇଛି। ଏଥିସହ ଲେବୁଲ୍‌-୪, ଲେବୁଲ୍‌-୩ ପଦ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି। ‌େବତନ ହାର‌େର ମଧ୍ୟ ବୃଦ୍ଧି ଘଟିଛି। ଏହାଦ୍ୱାରା ଶିକ୍ଷକମାନେ ନିଜ ଚାକିରି କାଳରେ ତିନିଟି ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହି ପୁନର୍ଗଠନ ଦ୍ୱାରା ବିଭିନ୍ନ ବର୍ଗର ପ୍ରାୟ ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ। େକବଳ େସତିକି ନୁେହଁ, ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ୨୮୦୦ ଟଙ୍କା ଗ୍ରେଡ୍‌ ପେ’ ହାରରେ ୭ମ ବେତନ ଦରମା ପାଇଁ ବାଟ ଖୋଲିଛି। ଏହି ପ୍ରକ୍ରିୟାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପକୃତ ହେବା ସହ ଜଣେ ପ୍ରାଥମିକ ଶିକ୍ଷକ କ୍ରମାନ୍ୱୟରେ ଯୁଗ୍ମ ନି‌େର୍ଦଶକ ପର୍ଯ୍ୟନ୍ତ ପଦୋନ୍ନତି ପାଇପାରିବେ। ଉକ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରାଥମିକ ଶିକ୍ଷକ ଓ ଅଧିକାରୀଙ୍କ କ୍ୟାଡର ରୁଲ୍‌ରେ ଯଥାଶୀଘ୍ର ଆବଶ୍ୟକ ସଂଶୋଧନ ଅଣାଯିବ। ସଂଶୋଧିତ କ୍ୟାଡର ରୁଲ୍‌ ପ୍ରକାଶ ପାଇଲା ପରେ ଏହା ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ପାଇଁ ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି। ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ମଧ୍ୟ ଆସନ୍ତା ୧୫ ଦିନ ମଧ୍ୟରେ ଯଦି ଦାବି ପୂରଣ କରା ନଯାଏ ତେବେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ନେତାମାେନ କହିଛନ୍ତି।

ସମସ୍ତ ପ୍ରକାର ଯୋଗ୍ୟତା ଥାଇ ମଧ୍ୟ ଏବେ କନିଷ୍ଠ ଶିକ୍ଷକମାନେ ମାସିକ ମାତ୍ର ୬୫୧୨ ଟଙ୍କା ଦରମା ପାଉଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶିକ୍ଷକ ମହାସଂଘର ମୁଖ୍ୟ ଆବାହକ ବଙ୍କିମ୍ ଚନ୍ଦ୍ର ସାଗର, ମଳୟ କୁମାର ଜେନା, ସୁଶାନ୍ତ କୁମାର ବେହେରା ଦାବି କରିଛନ୍ତି।

ପ୍ରା‌ଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଓ ଗ୍ରେଡ୍‌ ପେ’ ବୃଦ୍ଧିକୁ ଅନୁମୋଦନ କରାଯିବା ପରେ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିିବଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ଓଡ଼ିଶା ମିଳିିତ ପ୍ରାଥମିକ ଶିକ୍ଷକ ମହାସଂଘର ଯୁଧିଷ୍ଠିର ସାହୁ, ଜାମିନୀକାନ୍ତ ପଣ୍ଡା, ଜିତ୍‌ରଞ୍ଜନ ମହାପାତ୍ର, ଉପଦେଷ୍ଟା ଉତ୍ତମ କୁମାର ଦାସ, କେଶବ ଚନ୍ଦ୍ର ସାହୁ, ପ୍ରସନ୍ନ ମହାପାତ୍ର, ଜ୍ୟୋତିରଞ୍ଜନ ଦାସ ଶ୍ରୀକାନ୍ତ ନାୟକ , ଅଲ୍‌ ଉତ୍କଳ ପ୍ରାଇମେରି ଟିଚର୍ସ ଫେଡେରେସନ୍‌ର ମହାସଚିବ ଅମୀୟ କୁମାର ଦାଶ, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ ପ୍ରମୁଖ ନିିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର