କେନ୍ଦୁଝର : ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରା‌ଗାରରେ ଆଜି ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛନ୍ତି। ଅପରାହ୍‌ଣ ସାଢ଼େ ୪ ଟା ସମୟରେ ବେକରେ ଗାମୁଛା ବାନ୍ଧି ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗତ ଜୁଲାଇ ମାସ ୨୮ ତାରିଖରେ ତେଲକୋଇ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ରବି ବେହେରା(୨୪) ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍‌କୁ ଆସିଥିଲେ। ଆଜି ଅପରାହ୍‌ଣ ୪ଟା ୩୦ରେ ଜେଲର ରେଷ୍ଟ ୱାର୍ଡରେ ଭିତରେ ପଶିଯାଇ ଆଉ ବାହାରକୁ ବାହାରି ନ ଥିଲେ। କିଛି ସମୟ‌ ଖୋଜାଖୋଜି ପରେ ସେ ରେଷ୍ଟ ୱାର୍ଡରେ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏଥିନେଇ ଜେଲ୍‌ କର୍ତ୍ତୃପକ୍ଷ କେନ୍ଦୁଝର ଟାଉନ ଥାନାକୁ ସୂଚନା ଦେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର