ବାଲେଶ୍ୱର : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ‘ପୃଥ୍ଵୀ-୨’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରସ୍ଥିତ ଲଞ୍ଚ କଂପ୍ଲେକ୍ସ-୩ରୁ ‘ପୃଥ୍ଵୀ-୨’ର ପରୀକ୍ଷଣ ପୂର୍ବାହ୍ନ ୧୧ଟା ୩୫ ମିନିଟରେ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର। ଜାନୁଆରି ୧୮ ତାରିଖରେ ଅଗ୍ନି-୫ ଓ ଫେବୃଆରୀ ୬ ତାରିଖରେ ଅଗ୍ନି-୨ର ସଫଳ ପରୀକ୍ଷଣ ପରେ ଏହାର ପରୀକ୍ଷଣକୁ ଐତିହାସିକ କହିଛନ୍ତି ବୈଜ୍ଞାନିକ।
Sambad is now on WhatsApp
Join and get latest news updates delivered to you via WhatsApp
୫୦୦ରୁ ୧୦୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ଏହି ଯୁଦ୍ଧାସ୍ତ୍ର ଅତ୍ୟାଧୁନିକ ଇଣ୍ଟେରିୟାଲ୍ ଗାଇଡିୟାନ୍ସ ସିଷ୍ଟମରେ ପରିଚାଳିତ ହୋଇଛି। ଡିଆରଡିଓର ରାଡାର ଓ ଇଲେକ୍ଟ୍ରୋ ଅପଟିକାଲ୍ ସହାୟତାରେ କ୍ଷେପଣାସ୍ତ୍ରର ଟ୍ରାକିଂ କରାଯାଇଥିଲା। ୨୦୦୩ ମସିହାରେ ଏହି ୯ ମିଟର ଲମ୍ବ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା। ଶେଷଥର ପାଇଁ ଜୁନ୍ ୨, ୨୦୧୭ରେ ‘ପୃଥ୍ଵୀ-୨’ର ପରୀକ୍ଷଣ ସଫଳ ହୋଇଥିଲା। ସିଙ୍ଗଲ୍ ଷ୍ଟେଜ୍ ଲିକ୍ୱିଡ୍ ଭର୍ତ୍ତି ‘ପୃଥ୍ଵୀ-୨’ ଡିଆରଡିଓର ଏଭଳି ଏକ କ୍ଷେପଣାସ୍ତ୍ର ଯାହା ସମନ୍ଵିତ ପରିଚାଳନା କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ପ୍ରସ୍ତୁତ ହୋଇଛି।