ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ପ୍ରୀତିନନ୍ଦା

ଭୁବନେଶ୍ବର : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ପ୍ରୀତିନନ୍ଦା ରାଉତରାୟ ଆଜି ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ‌ପ୍ରୀତିନନ୍ଦା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆମ ଅଞ୍ଚଳର ଶୁଭେଚ୍ଛୁ, ଗୁରୁଜନ ଓ ‌ଅନେକ ବ୍ୟକ୍ତିଙ୍କର ଇଚ୍ଛା, ଆଶୀର୍ବାଦକୁ ସମ୍ମାନ ଜଣାଇ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲି। ହେଲେ ଏ ଯାଏଁ ସ୍ବାଧୀନ ପ୍ରାର୍ଥୀଙ୍କର ଚିହ୍ନ ମିଳିନି। ବହୁତ ବିଳମ୍ବ ହେଲାଣି। ନୂଆ ଚିହ୍ନରେ ପ୍ରଚାରପତ୍ର ଛପେଇ ମାତ୍ର ୮/୯ଦିନ‌ ଭିତରେ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ନୂଆ ଚିହ୍ନକୁ ସଫଳତାର ସହ ପହଞ୍ଚାଇବା ସମ୍ଭବ ହୋଇନପାରେ। ତେଣୁ ମୁଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲି।

ସୂଚନାଯୋଗ୍ୟ ଯେ, ପ୍ରୀତିନନ୍ଦା ନାମାଙ୍କନ ପତ୍ର ଦାଖଲ କରିବା ଦିନ ଏକାକୀ ଆସିଥିଲେ।

ପ୍ରୀତିନନ୍ଦା ହଠାତ୍ କାହିଁକି ପ୍ରାର୍ଥିପତ୍ର ଦାଖଲ କଲେ ଓ ନିର୍ବାଚନ ମଇଦାନକୁ ଯିବା ପୂର୍ବରୁ କାହିଁକି ପଛଘୁଞ୍ଚା ଦେଲେ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି।

ସମ୍ବନ୍ଧିତ ଖବର