ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ

ଭୁବନେଶ୍ୱର: ଆଜି ଘରୋଇ ବସ୍‌ ମାଲିକ ସଂଘର ଡାକରାରେ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଛି। ସକାଳୁ ଘରୋି ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହୋଇଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ ଓ କଟକ ବସଷ୍ଟାଣ୍ଡରେ ଅଧିକାଂଶ ବସ ରଖାଯାଇଥିିବା ବେଳେ କେବଳ ସ୍କୁଲ ବସ, ସିଟି ବସ ଚଳାଚଳ ସ୍ୱାଭାବିକ ରହିଛି। ତେବେ ଲୋକେ ଆଜି ରାଜ୍ୟ ସଡ଼କ ପରିବହନ ବସ ଉପରେ ବେଶି ନିର୍ଭର କରିଛନ୍ତି। ରାଜ୍ୟ ସଡ଼କ ପରିବହନ ବସ ଚଳାଚଳ କରୁଥିବାରୁ ଲୋକଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇ ପାରିଛି।

ସମ୍ବନ୍ଧିତ ଖବର