ନଭେମ୍ବର ୧ରେ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଗତ ଅକ୍ଟୋବର ୨୫ରେ ଦିଆଯାଇଥିବା ବସ ଧର୍ମଘଟ ଡାକରାକୁ ପ୍ରତ୍ୟାହାର କରାଯାଇଛି। ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ପରେ ଶନିବାର ମଧ୍ୟାହ୍ନରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂଘ ତରଫରୁ ଘୋଷଣା କରାଯାଇଥିବା ବସ୍‌ ଧର୍ମଘଟ ପରିପ୍ରେକ୍ଷୀରେ ହୋଇଥିବା ବୈଠକ ପରେ ପ୍ରସ୍ତାବିତ ଧର୍ମଘଟକୁ ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଛି।

ରାଜ୍ୟ ବସ୍‌ ମାଲିକ ସଂଘର ସଭାପତି ପ୍ରକାଶ ମିଶ୍ର, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲୋକନାଥ ପାଣି ସହି ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖପାତ୍ର ଦେବାଶିଷ ନାୟକ, ପରିବହନ ବିଭାଗର ସଚିବ ଜି ଶ୍ରୀନିବାସ, ପରିବହନ କମିସନର ମଧୁସୂଦନ ପାଢ଼ୀ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ୧୧ ଦଫା ଦାବି ନେଇ ବସ୍‌ ମାଲିକ ସଂଘ ପକ୍ଷରୁ ଧର୍ମଘଟ ପାଇଁ ଡାକରା ଦିଆଯାଇଥିଲା। ଏଥିରେ ନଭେମ୍ବର ୧ରେ ପ୍ରାୟ ୧୭,୦୦୦ ଘରୋଇ ବସ ଯାତାୟତ ବନ୍ଦ ରହିବକୁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର