ନଭେମ୍ବର ୧ରେ ଗଡ଼ିବନି ୧୭,୦୦୦ ଘରୋଇ ବସ

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବସ ଧର୍ମଘଟ ଡାକରା ଦିଆଯାଇଛି। ୧୧ ଦଫା ଦାବି ନେଇ ବସ୍‌ ମାଲିକ ସଂଘ ଧର୍ମଘଟ ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ତରଫରୁ କୁହାଯାଇଛି ଯେ, ଆଗାମୀ ନଭେମ୍ବର ୧ରେ ପ୍ରାୟ ୧୭,୦୦୦ ଘରୋଇ ବସ ଯାତାୟତ ବନ୍ଦ ରହିବ। ରାଜ୍ୟ ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ଦେଇ ଯାତାୟତ କରୁଥିବା ୧୭,୦୦୦ ବସ ବନ୍ଦ ରହିବ। ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡରୁ ଯାତାୟତ କରୁଥିବା ପ୍ରାୟ ୯୦୦ ରୁ ୧୨,୦୦ ଘରୋଇ ବସ ବନ୍ଦ ରହିବ।

ସମ୍ବନ୍ଧିତ ଖବର