ସରକାର ଦାବି ମାନିଲେ, ରାଜ୍ୟବ୍ୟାପୀ ଘରୋଇ ବସ୍‌ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ହୋଇଥିବା ବସ୍‌ ଧର୍ମଘଟ ବୁଧବାର ପ୍ରତ୍ୟାହୃତ ହୋଇଛି। ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ରାଜ୍ୟ ସରକାର ମାନି ନେଇଛନ୍ତି। ଫଳରେ ଘରୋଇ ବସ ସେବା ପୂର୍ବ ଭଳି ଜାରି ରହିବ। ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ସରକାର ଆମର ଦାବି ମାନିନେଇଛନ୍ତି। ଏଥି ସହିତ ସିଟି ବସ୍‌ ଚଳାଚଳ ନେଇ ଏକ କମିଟି ଗଠନ କରାଯାଇଛି। ଏଥିରେ ୧୦ରୁ ୧୨ ଜଣ ସଦସ୍ୟ ଅଛନ୍ତି। ଘରୋଇ ବସ୍‌ ମାଲିକ ସଂଘରୁ ୫ଜଣ ସଦସ୍ୟ ରହିଛନ୍ତି।

ଘରୋଇ ବସ୍‌ ମାଲିକ ସଂଘର ଡାକରାରେ ରାଜ୍ୟରେ ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହୋଇଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ ଓ କଟକ ବସଷ୍ଟାଣ୍ଡରେ ଅଧିକାଂଶ ବସ ରଖାଯାଇଥିିବା ବେଳେ କେବଳ ସ୍କୁଲ ବସ, ସିଟି ବସ ଚଳାଚଳ ସ୍ୱାଭାବିକ ରହିଛି। ତେବେ ଲୋକେ ଆଜି ରାଜ୍ୟ ସଡ଼କ ପରିବହନ ବସ ଉପରେ ବେଶି ନିର୍ଭର କରିଛନ୍ତି। ରାଜ୍ୟ ସଡ଼କ ପରିବହନ ବସ ଚଳାଚଳ କରୁଥିବାରୁ ଲୋକଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇ ପାରିଛି।

 

ସମ୍ବନ୍ଧିତ ଖବର