ବିନା ଚିକିତ୍ସାରେ ରୋଗୀଙ୍କୁ ଅନ୍ୟତ୍ର ପଠାଇ ପାରିବେ ନାହିଁ ଘରୋଇ ହସ୍ପିଟାଲ୍ : ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅନେକ ଘରୋଇ ହସ୍ପିଟାଲ/ ନର୍ସିଂହୋମଗୁଡ଼ିକ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଚିକିତ୍ସା କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରି ଦେଉଛନ୍ତି। ଏଭଳି ଅଭିଯୋଗ ସରକାରଙ୍କ ନଜରକୁ ଆସିଛି।

ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ (କଣ୍ଟ୍ରୋଲ ଓ ରେଗୁଲେସନ୍‌) ଆକ୍ଟ ଓ ତାହା ଅଧିନରେ ଆସୁଥିବା ନିୟମ ଅନୁଯାୟୀ, ହସ୍ପିଟାଲମାନେ ଗୁରୁତର ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲ ବା ସରକାରୀ ଡାକ୍ତରଖାନାକୁ ପ୍ରେରଣ କରିବା ପୂର୍ବରୁ ସେଠାରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା ଓ ମାନବ ସମ୍ବଳ ଆଦିକୁ ଉପଯୋଗ କରି ରୋଗୀର ଅବସ୍ଥା ନିୟନ୍ତ୍ରଣକୁ ଆସିବା ପୂର୍ବରୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେବେ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ହସ୍ପିଟାଲ/ ନିର୍ସିଂହୋମମାନଙ୍କୁ ପୁନର୍ବାର ନିର୍ଦ୍ଦେଶ ଦିଆଯାଉଛି ଯେ, ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସଣ୍ଟେ (କଣ୍ଟ୍ରୋଲ ଓ ରେଗୁଲେସନ୍‌)ଆକ୍ଟ ଓ ତାହା ଅଧିନରେ ଆସୁଥିବା ନିୟମଗୁଡ଼ିକୁ କଡ଼ାକଡ଼ି ଅନୁପାଳନ କରନ୍ତୁ। ଏଥିରେ ଖିଲାପ ହେଲେ, ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସଂପୃକ୍ତ ହସ୍ପିଟାଲର ପଞ୍ଜିକରଣ ବାତିଲ ହୋଇପାରେ। ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧିତ ଖବର